ଟ୍ରଷ୍ଟ ପକ୍ଷରୁ ଯୌଥ ପରିବାରର ସୁରକ୍ଷା ନିମନ୍ତେ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,୦୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗୁପ୍ତ କ୍ଷେତ୍ର ସଖୀବଟ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସମାଜ ଆଜି ବିଗିଡି ଯାଇଛି। ସ୍ୱାର୍ଥ ଅର୍ଥର ବଶବର୍ତୀ ହୋଇ, ମଣିଷ ବୈକୁଣ୍ଠ ସମ୍ମାନ ସ୍ନ
ଟ୍ରଷ୍ଟ ପକ୍ଷରୁ ଯୈାଥ ପରିବାର ର ସୁରକ୍ଷା ନିମନ୍ତେ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା,୦୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗୁପ୍ତ କ୍ଷେତ୍ର ସଖୀବଟ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସମାଜ ଆଜି ବିଗିଡି ଯାଇଛି। ସ୍ୱାର୍ଥ ଅର୍ଥର ବଶବର୍ତୀ ହୋଇ, ମଣିଷ ବୈକୁଣ୍ଠ ସମ୍ମାନ ସ୍ନେହ ଶ୍ରଦ୍ଧା ରେ ବନ୍ଧା ଯୌଥ ପରିବାରକୁ ଭାଙ୍ଗି ଦେଇଛି। ନିଜେ ସବୁକଥା ବୁଝି, ନିଜର ଦୃଷ୍ଟିକୋଣ ବଦଳାଇ, ସକାରାତ୍ମକ ମନୋଭାବ ପୋଷଣ କରି, ପ୍ରତ୍ୟେକ ମଣିଷ ସୁସଂସ୍କାର ବରଣ କରିନେଲେ ଓ ନିଜ ଦାୟିତ୍ୱ ନିଜେ ତୁଲାଇଲେ ପୁଣି ଥରେ ଯୌଥ ପରିବାର ଗଢି ଉଠିବ ଓ ବସୁଧୈବ କୁଟୁମ୍ବକମ୍ ତଥା ରାମରାଜ୍ୟ ସ୍ୱପ୍ନ ସାର୍ଥକ ହୋଇପାରିବ ବୋଲି ଏକତା -୨୬’ରେ ଯୌଥ ପରିବାରର ସୁରକ୍ଷା ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମଂଚରେ ବଳଦେବଙ୍କ ବଡ଼ପଣ୍ଡା କେଶବ ଚନ୍ଦ୍ର ପତ୍ରି, ରାଷ୍ଟ୍ରପତି/ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ, ରମେଶ ଚନ୍ଦ୍ର ମହାନ୍ତି, ବିନୋଦ ମହାନ୍ତି, ନାଟ୍ୟକାର ଅଜୟ କୁମାର ଜେନା, ଖଣ୍ଡଗିରିର ଭାଇରାଲ ବାବା ଅସିତ୍ ବାବା, ବ୍ରଜ କିଶୋର ସାହୁ, ମାହାଳ ଜଗନ୍ନାଥ ମନ୍ଦିରର ଦେବଦାସୀ ମୋହିନୀ ମା, ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା ଶାନ୍ତି ମା ଓ ରାଜ୍ୟ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ଅତିଥି ଆସନ ଅଳଙ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସଂଗଠନର ଶୁଭେଚ୍ଛୁ, ମହାକାଳପଡ଼ାର ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, କେନ୍ଦ୍ରାପଡ଼ାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଗଣ, ଶିକ୍ଷାବିତ୍ ଇନ୍ଦ୍ରମଣି ନାୟକ ପ୍ରମୁଖ ଉପସ୍ଥିତି ରହି କାର୍ୟ୍ୟକ୍ରମର ସଫଳ ରୂପାୟନ ଦିଗରେ ପ୍ରଚେଷ୍ଟା କରିଥିଲେ। ପରିଶେଷରେ ସମ୍ପାଦକ ରାଜେଶ କୁମାର ବାରିକ ଉକ୍ତ ମଙ୍ଗଳମୟ କାର୍ଯ୍ୟରେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande