
ଘଟଗାଁ ମାର୍ଚ୍ଚ (ହିଁ ସ): କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳ ରେ ଥିବା କେଶଦୂରାପାଳ ନିକଟରେ ଥିବା ଠିପିବନ୍ଦ ମଦ ଦୋକାନ ପାଲଟିଛି ଠିପିଖୋଲା ବାର୍ !ଏହି ମଦ ଦୋକାନ ନିକଟ ରେ ମଦ୍ୟପ ମାନେ ଠିପି ଖୋଲା ମଦପିଉଥିବାବେଲେ ନିକଟରେ ଚଖଣା ଦୋକାନ ମଧ୍ୟ ଉପଲବ୍ଧ ଥିବାରୁ ମଦପିଇ ପରିବେଶ ଦୂଷିତ ହେବା ସହ ନିକଟରେ ବଢୁଛି ନିଶାଜନିତ ଦୁର୍ଘଟଣା । ଠିପିବନ୍ଦ ମଦ ଦୋକାନ ନିକଟରେ ବିଭିନ୍ନ ପ୍ରକାର ଚଖଣା ମିଳୁଥିବାରୁ ମଦୂଆ ମାନେ ଠିପିବନ୍ଦ ମଦ ଦୋକାନ ରୁ ମଦ କିଣି ଖୁବ୍ ସହଜ ରେ ଠିପି ଖୋଲି ସେଠାରେ ଚଖଣା ନେଇ ମଦର ଆସର କରୁଥିବାର ଦେଖିବାକୁ ମିଳୁଛି
ସେହି ରାସ୍ତାରେ ଯାଉଥିବା ଭଦ୍ର ଲୋକମାନେ ମଦ୍ୟପ ଙ୍କ ଉତ୍ପାତ ଯୋଗୁ ନିଜ କୁ ସୁରକ୍ଷିତ ମଣୁ ନାହାନ୍ତି । ଗ୍ରାମାଞ୍ଚଳ ରେ ଠିପିବନ୍ଦ ବିଦେଶୀ ମଦ ଦୋକାନ ଥିବା ବେଳେ ଏହା ନିଜର ନୀତି ନିୟମ କୁ ଖୋଲା ଖୋଲି ଭାବରେ ଉଲଂଘନ କରି ଥିବା ବେଳେ ଏହା ଏବେ ଠିପିଖୋଲା ବାର ରେ ପରିଣତ ହୋଇଥିବା ଜଣାପଡିଛି। ଏ ସଂପର୍କ ରେ ଆନନ୍ଦପୁର ଅବକାରୀ ଅଧିକ୍ଷକ ବ୍ରଜ ମୋହନ ମାଲିକ ଙ୍କୁ ପଚାରିବାରୁ ଅନୁସନ୍ଧାନ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ