
ବଲାଙ୍ଗୀର,୦୧ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ ଠାରେ ଜିଲ୍ଲା ଟେକ୍ସ ଓକିଲ ସଂଘ ଓ ଆୟକର ବିଭାଗ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଅଛି। ପ୍ରଥମେ ରେଫରିମାନଙ୍କ ଉପସ୍ଥିତିରେ ଉଭୟ କ୍ୟାପଟେନ ଶାନ୍ତନୁ କୁମାର ଭୋଇ ଏବଂ ଅଜୟ କୁମାର ଟସ୍ ହୋଇ ଆୟକର ବିଭାଗ ଟସ୍ ଜିତି ପିଲଡିଂ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଓକିଲ ସଂଘ ୧୫ ଓଭର ରେ ସମସ୍ତ ଓି୍ୱକେଟ ହରାଇ ୭୦ ରନ୍ ସଂଗ୍ରହ କରିଥିଲେ ଏବଂ ଆୟକର ବିଭାଗ ୭୧ ରନ୍ର ପିଛା କରି ବିଜୟ ହାସଲ କରିଥିଲେ। ଏକ ପୁରସ୍କାର ବିତରଣ ସଭାରେ ସଭାପତି ଶାନ୍ତନୁ କୁମାର ଭୋଇ, ବରିଷ୍ଠ ସଭ୍ୟ ଦୁଲିଚାନ୍ଦ ଅଗ୍ରୱାଲ, ନକୁଳ ଅଗ୍ରୱାଲ, ଅଶୋକ ଦାସ, ଆୟକର ଅଧିକାରୀ ଅଜୟ କୁମାର ଓ ଟୁନା କୁମାର ମଂଚାସିନ ଥାଇ ସଭାକୁ ସଂପାଦକ ପ୍ରଭଞ୍ଜନ ହୋତା ପରିଚାଳନା କରିଥିଲେ। ଆୟକର ବିଭାଗ ବିଜେତା, ଟେକ୍ସବାର ଉପବିଜେତା, ରତନା କରନ ମ୍ୟାନ ଅଫ୍ ଦି ମ୍ୟାଚ, ସନାତନ ସାହୁ ବେଷ୍ଟ ବ୍ୟାଟ୍ସମ୍ୟାନ, ଦୀପକ ଛାପାଡିଆ ବେଷ୍ଟ ବୋଲର ପୁରସ୍କାର ପାଇଥିଲେ। ଏହି କାର୍ଯ୍ୟକ୍ରମକୁ ଗଣେଷ ପ୍ରସାଦ ଦୀକ୍ଷିତ, ଶଶାଙ୍କ ପଟ୍ଟନାୟକ, ରାୟ କିଶୋର ଜେନା, ସନ୍ତୋଷ ଆନନ୍ଦ ମିଶ୍ର, ଆଶିଷ ଦୀକ୍ଷିତ, ଅଭିଷେକ ଅଗ୍ରୱାଲ, ସାର୍ଥକ ପଟ୍ଟନାୟକ, ସରୋଜ କୁମାର ମାଝି, ସଞ୍ଜିବ ମାଝି, ଆଶୁତୋଷ ଅଗ୍ରୱାଲ, କସ୍ତୁବ ଥପା ତଥା ବହୁତ ଟେକ୍ସ ଓକିଲ ଓ ଚାଟାର୍ଡ ଏକାଉଣ୍ଟେଣ୍ଡମାନେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ