
ଭୁବନେଶ୍ୱର, 01
ମାର୍ଚ୍ଚ (ହି.ସ.) ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଭୁବନେଶ୍ୱର ମାଷ୍ଟର
କ୍ୟାଣ୍ଟିନ ଛକ ଠାରୁ ରାଜମହଲ ଛକ ମଧ୍ୟରେ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର
ମାଲିକମାନଙ୍କୁ ଭେଟି ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ନାମଫଳକ ଗୁଡିକରେ
ସର୍ବାଗ୍ରେ, ସୁଦୃଶ୍ୟ ଏବଂ ସମ୍ମାନଜନକ ଢଙ୍ଗରେ ଓଡ଼ିଆ ଲିପି ବ୍ୟବହାର କରିବାକୁ
ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ବ୍ୟବସାୟୀମାନେ ମଧ୍ୟ ସହମତି ପ୍ରକାଶ କରିଅଛନ୍ତି। ଏହା
ରାଜ୍ୟ, ରାଜ୍ୟବାସୀ ଓଡ଼ିଆମାନଙ୍କ ସମ୍ମାନର ପ୍ରଶ୍ନ ଏବଂ ଖିଲାପକାରୀମାନଙ୍କ
ପାଇଁ ଅର୍ଥଦଣ୍ଡର ବ୍ୟବସ୍ଥା ଥିବାରୁ ଅଧିକାଂଶ ବ୍ୟବସାୟୀ ଯଥା ଶୀଘ୍ର କରିବାକୁ ସମ୍ମତି ପ୍ରଦାନ
କରିଅଛନ୍ତି। ଯେଉଁମାନେ ଏହାର ଖିଲାପ କରିବେ ସେମାନଙ୍କ ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ
ପାଇଁ ସରକାରଙ୍କ ନିକଟରେ ସମ୍ମିଳନୀ ଦାବି କରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
ଆଜିର ଏହି
ଅଭିଯାନରେ ସମ୍ମିଳନୀ ଶତାଧିକ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଅତ୍ୟନ୍ତ ଶାନ୍ତି ଓ ଶୃଙ୍ଖଳା ସହ
ଯୋଗ ଦେଇଥିଲେ ଏବଂ ଏହା ରାଜଧାନୀ ବାସୀଙ୍କ ଦ୍ୱାରା ଆଦୃତ ହୋଇଥିବା ମତାମତମାନ ଆମର ହସ୍ତଗତ
ହୋଇଛି।
ଏଣୁ ଆସନ୍ତା ଏକ
ମାସ ପରେ ପୁଣିଥରେ ଏହି ଅଂଚଳରେ ଦୋକାନୀମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ରାଜଧାନୀର
ଅନ୍ୟାନ୍ୟ ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି।
ଆଜିର ଏହି
କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ଉପସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଡକ୍ଟର ଶ୍ରୀକାନ୍ତ ମିଶ୍ର, ପ୍ରଫେସର ସୁରେନ୍ଦ୍ର ନାଥ ମହାନ୍ତି, ସନ୍ତୋଷ କୁମାର ରାଉତ, ଡା. ବାନାମ୍ବର ପରିଡା, ଶ୍ରୀମତୀ ଜୟନ୍ତୀ ପଢିହାରୀ, ଇଂ. ବିରଂଚି ନାରାୟଣ ଦାଶ, ଶ୍ରୀ ପ୍ରଦୀପ୍ତ କୁମାର ମହରଣା, ଶ୍ରୀମତୀ ସ୍ୱାଗତିକା ରାଉତ, କୋଷାଧ୍ୟକ୍ଷ ତ୍ରିନାଥ ସାମନ୍ତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟ ଇଂ. ସତ୍ୟଜିତ୍ ନାୟକ, ଇଂ ଜିତେନ୍ଦ୍ର କୁମାର ପାଢୀ, ଭରତ କୁମାର ଜେନା, ପଠାଣୀ ଜେନା,
ଚିନ୍ମୟ ବୋଡେ, ସବ୍ୟସାଚୀ ସାମନ୍ତରାୟ, ଯୁଗଳ କିଶୋର ନାୟମ, ଦୀନବନ୍ଧୁ ଷଡଙ୍ଗୀ,
ବଂଶୀଧର ବେହେରା, ଶିବାଶୀଷ ମହାପାତ୍ର, ଲୋକନାଥ ରାଉତରାୟ,
କୁଞ୍ଜ ମୋହନ ସେଠୀ, ତାପସ କୁମାର ଦାସ, ଶ୍ରୀମତୀ ସସ୍ମିତା ମଂଗରାଜ,
ଗିରିଜା ଶଙ୍କର ମହାପାତ୍ର, ଲିଙ୍ଗରାଜ ଲେଙ୍କା, ସୁଶ୍ରୀ ରାଜମିତ୍ର ପ୍ରହରାଜ,
ଶ୍ରୀମତୀ ସସ୍ମିତା
ମଙ୍ଗରାଜ, କେଶବ ପାଇଲ,
ତୁଷାର ମହାନ୍ତି, ବିକାଶ ବେହେରା, ରାମକୃଷ୍ଣ ତ୍ରିପାଠୀ ଓ ଅତେଶ କୁମାର ପୁଷ୍ଟି ପ୍ରମୁଖ ଯୋଗ ଦେଇଥିବା ବେଳେ ସାଧାରଣ ସଂପାଦକ
ଡା. ଋାଧାନାଥ ପ୍ରହରାଜ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ