
ଧର୍ମଶାଳା,୧ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁଦ୍ରପୁର ଖେଳ ପଡିଆଠାରେ ବିଜେପି ପକ୍ଷରୁ ଜିଲା ସ୍ତରୀୟ କୃଷକ ବଜେଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ରତିକାନ୍ତ ରାଜବଂଶୀଙ୍କ ସଭାପତିତ୍ୱରେ ଅତିଥିଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଶୁଂ ମୋହନ ପାଢୀ,ରାଜ୍ୟ ବିଜେପି ଉପସଭାପତି ହୃଷିକେଶ ଜେନା,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ବିକ୍ରମ କେଶରୀ ରାଉତରାୟ ଓ ଜିଲା ପୂର୍ବତନ ଉପସଭାପତି ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗ ଦେଇ ଚଳିତ ବଜେଟରେ ଆସିଥିବା ଐତିହାସିକ କୃଷକ ବଜେଟ ସମ୍ପର୍କରେ ଉପସ୍ଥିତ ଶତାଧିକ କୃଷକମାନଙ୍କୁ ସଚେତନ କରାଇଥିଲେ । ଏହି ବଜେଟରେ ପାରିତ ହୋଇଥିବା କୃଷକମାନଙ୍କ ଜନହିତ ଯୋଜନାର ଭରପୁର ଫାଇଦା ନେବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇ ଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ପ୍ରତି ଗାଁ ଗାଁରେ ପଂହଚି ଲୋକମାନଙ୍କୁ ସଚେତନ କରାଯିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା କୃଷକ ମୋର୍ଚ୍ଚା ଉପ ସଭାପତି ସୌଭାଗ୍ୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୃଷକ ନେତା ସୀତାନାଥ ବଳସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର କୋଣଅନୁକୋଣରୁ ବିଜେପି କର୍ମକର୍ତା,ଯୁବନେତା,ବରିଷ୍ଠ ବିଜେପି ନେତା,ବିଜେପି କମୀ ଓ ଶତାଧିକ ମହିଳା ଓ ପୁରୁଷ କୃଷକମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ