
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ଜିଜିପି
କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ପଡିଆରେ ବସିଥିଲେ ଦୁଇ ଗୋଷ୍ଠୀ । 3 ଅଭିଯୁକ୍ତଙ୍କ ଆଗରେ ଅନ୍ୟ ଗୋଷ୍ଠୀର ଶିବା
ମୋବାଇଲରେ ଅଭଦ୍ର ଭାଷାରେ ଜଣଙ୍କୁ ଗାଳି କରୁଥିଲା । ଯୁକ୍ତି ତର୍କ ଭିତରେ ଦାଦା ପୁତୁରା ମିଶି ଶିବାକୁ
ଆକ୍ରମଣ କରିଥିଲେ । ଶିବାକୁ ବଞ୍ଚାଇବାକୁ ରାହୁଲ ଆସିବା ପରେ ସମରେନ୍ଦ୍ର ଧାରୁଆ ଛୁରୀରେ
ଆକ୍ରମଣ କରିଥିଲା । ଏହି ଘଟଣାରେ ଗିରଫ ହୋଇଛନ୍ତି ଦାଦା ଓ ଦୁଇ ପୁତୁରା । 3 ଅଭିଯୁକ୍ତ ହେଲେ
ସମରେନ୍ଦ୍ର ବେହେରା ଓରଫ ମୁନା, ସଂଗ୍ରାମ ବେହେରା ଓରଫ କାହ୍ନା,
ସଂଗ୍ରାମ କେଶରୀ ବେହେରା ଓରଫ ସତୁରା ।
ସେନାରେ କାର୍ଯ୍ୟରତ ଅଛନ୍ତି
ଦାଦା ସଂଗ୍ରାମ କେଶରୀ ବେହେରା । ଘଟଣା ସ୍ଥଳରେ
ଥିବା ଗାଡି ନମ୍ବରରୁ ଅଭିଯୁକ୍ତଙ୍କ ଚି଼ହ୍ନଟ କରି ଧରାଯାଇଥିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା