ବିକାଶ ଜ୍ୟୋତି ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
କେନ୍ଦୁଝର, ୧୨ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲାର ସକ୍ରିୟ ସ୍ବେଛାସେବୀ ଅନୁଷ୍ଠାନ ବିକାଶ ଜ୍ୟୋତି ଫାଉଣ୍ଡେସନ ଓ ସଂଜୀବନୀ ହସ୍ପିଟାଲ ପକ୍ଷରୁ ଜିଲ୍ଲା ର ବିଭିନ୍ନ ଅଂଚଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ବିଗତ ଜାନୁଆରୀ ଓ ଫେବୃଆରୀ ଦୁଇ ମାସ ମଧ୍ୟରେ ଜିଲ୍ଲାର ମୋଟ ୨
Bikas jyoti foundation


କେନ୍ଦୁଝର, ୧୨ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲାର ସକ୍ରିୟ ସ୍ବେଛାସେବୀ ଅନୁଷ୍ଠାନ ବିକାଶ ଜ୍ୟୋତି ଫାଉଣ୍ଡେସନ ଓ ସଂଜୀବନୀ ହସ୍ପିଟାଲ ପକ୍ଷରୁ ଜିଲ୍ଲା ର ବିଭିନ୍ନ ଅଂଚଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ବିଗତ ଜାନୁଆରୀ ଓ ଫେବୃଆରୀ ଦୁଇ ମାସ ମଧ୍ୟରେ ଜିଲ୍ଲାର ମୋଟ ୨୫ଟି ପଂଚାୟତରେ ୯୩୧ ଜଣ ବରିଷ୍ଠ ନାଗରିକଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଛି l

ସେଥି ମଧ୍ୟରୁ ୧୫୭ ଜଣଙ୍କୁ ସୁଲଭ ମୂଲ୍ୟରେ ସମୀପ ଦୃଷ୍ଟି ଚଷମା ଯୋଗାଇ ଦିଆଯାଇଛି ଏବଂ ୧୫୯ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇ କେନ୍ଦୁଝର ସହରର ସଂଜୀବନୀ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଛି l ଆଗାମୀ ଦିନରେ ଜିଲ୍ଲା ର ଆଦିବାସୀ ଓ ଜୁଆଙ୍ଗ ଜନଜାତି ଅଂଚଳରେ ବ୍ୟାପକ ଭାବେ ବିକାଶ ଜ୍ୟୋତି ଫାଉଣ୍ଡେସନ ଓ ସଂଜୀବନୀ ହସ୍ପିଟାଲ, କେନ୍ଦୁଝରର ମିଳିତ ସହଯୋଗରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande