ପୁରୀ ଓକିଲ ସଂଘ ନିର୍ବାଚନରେ ୧୯ ପ୍ରାର୍ଥୀ, ଆସ୍ତେ ଆସ୍ତେ ଜମୁଛି ପ୍ରଚାର
ପୁରୀ, ୧୨ ମାର୍ଚ୍ଚ (ହି.ସ.)- ଐତିହ୍ଯ ଓ ମର୍ଯ୍ୟାଦାପୂର୍ଣ୍ଣ ପୁରୀ ବାର ଆସୋସିଏସନ ର ବାର୍ଷିକ ନିର୍ବାଚନ ପାଇଁ ଗୁରୁବାର ଯାଞ୍ଚ ପରେ ୧୯ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ବୋଲି ଚେୟାରମ୍ୟାନ ଇଲେକ୍ସନ କମିଟି ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ରଥ ଘୋଷଣା କରିଛନ୍ତି । ଚଳିତବର୍ଷ ସଭାପତି, ଉପସ
ପୁରୀ ଓକିଲ ସଂଘ ନିର୍ବାଚନରେ ୧୯ ପ୍ରାର୍ଥୀ, ଆସ୍ତେ ଆସ୍ତେ ଜମୁଛି ପ୍ରଚାର


ପୁରୀ, ୧୨ ମାର୍ଚ୍ଚ (ହି.ସ.)- ଐତିହ୍ଯ ଓ ମର୍ଯ୍ୟାଦାପୂର୍ଣ୍ଣ ପୁରୀ ବାର ଆସୋସିଏସନ ର ବାର୍ଷିକ ନିର୍ବାଚନ ପାଇଁ ଗୁରୁବାର ଯାଞ୍ଚ ପରେ ୧୯ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ବୋଲି ଚେୟାରମ୍ୟାନ ଇଲେକ୍ସନ କମିଟି ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ରଥ ଘୋଷଣା କରିଛନ୍ତି । ଚଳିତବର୍ଷ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହେବ । ଯୁଗ୍ମ ସମ୍ପାଦକ ୩ଟି ପଦ ପାଇଁ ୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କାର୍ଯ୍ୟକାରୀ ସଭ୍ଯ ୫ଟି ପଦ ପାଇଁ ୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଂଘ ହଲ ଉପର ଆଉ ତଳ, କ୍ରିମିନାଲ କୋର୍ଟର ବାହାରେ ବସୁଥିବା ଆଇନଜୀବୀ, ସରକାରୀ ଓକିଲ କାର୍ଯ୍ୟାଳୟ, ଗେଟ ବରଗଛ ତଳେ ବସୁଥିବା ଆଇନଜୀବୀ, ସବରେଜିଷ୍ଟର ସମ୍ମୁଖରେ ବସୁଥିବା ଆଇନଜୀବୀଙ୍କ ମେଳରେ ପ୍ରାର୍ଥୀ ମାନେ ଭୋଟ ଦେବା ପାଇଁ କହୁଥିବା ସହ ପୁସିଙ୍ଗ କାର୍ଡ ବାଣ୍ଟୁଛନ୍ତି । ସଭାପତି ପଦ ପାଇଁ ପ୍ରେମାନନ୍ଦ ମହାନ୍ତି ଓ ସାରଦା ପ୍ରସାଦ ସାମଲ, ଉପସଭାପତି ପାଇଁ ବିଭୁଦତ୍ତ ପଟ୍ଟନାୟକ ଓ ପ୍ରଦୀପ କୁମାର ଦାସ, ସାଧାରଣ ସମ୍ପାଦକ ପାଇଁ ଶରତ କୁମାର ରାୟଗୁରୁ ଓ ବିଭୁତି ଶଙ୍କର ତ୍ରିପାଠୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଛି । ଯୁଗ୍ମ ସମ୍ପାଦକ ପଦ ପାଇଁ ଅଶ୍ବିନୀ କୁମାର ବାନାର୍ଜୀ, ସୋମନାଥ ରଣା, ବିଚିତ୍ରା ନନ୍ଦ ପରିଡା, ଅନିଲ କୁମାର ସାହୁ ଓ ତପନ କୁମାର ବାରିକି ପ୍ରାର୍ଥୀ ହୋଇଛନ୍ତି । କାର୍ଯ୍ୟକାରୀ ସଭ୍ଯ ପାଇଁ ନଗେନ୍ଦ୍ର ନାଥ ମିଶ୍ର, ତାପସ ରଞ୍ଜନ ବଳିଆରସିଂହ, ବିଜୟ କୁମାର ସାହୁ, ଦେବାଶିଷ ଦାଶ, କର୍ଣ୍ଣବୀର ମହାପାତ୍ର, ଶିବାନନ୍ଦ ପାତ୍ର, ଜ୍ଯୋତି ପ୍ରକାଶ ମହାନ୍ତି ଓ ନମିତା ସାମଲ ପ୍ରାର୍ଥୀ ହୋଇ ପ୍ରଚାର କରୁଛନ୍ତି । ଚଳିତ ମାସ ୨୮ ତାରିଖରେ ସକାଳୁ ଭୋଟ ଗ୍ରହଣ ହେବା ସହ ସଂଧ୍ଯାରେ ଗଣତି ହେବ ବୋଲି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande