
ଜୟପୁର, ୧୬ ମାର୍ଚ୍ଚ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ କାଳିଆଗାଁ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ବିଏଫଓ ତତ୍ୱମାସୀ ଖୁଣ୍ଟିଆ, ଜିପିଓ ସୁବାସ ଖିଲ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ପାନିୟ ଜଳ ସମସ୍ୟା, ରାସ୍ତା ନାଳ ନିର୍ମାଣ ନେଇ ଦାବି କରିଥିଲୋ । ଏହା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେ ନେଇ ଉପସ୍ଥିତ ଅଧିକାରି ମାନେ ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି