ରାଜ୍ୟସଭାକୁ ମନମୋହନ , ସୁଜିତ୍ , ସଂତୃପ୍ତ ଓ ଦିଲ୍ଲୀପ ନିର୍ବାଚିତ
ଭୁବନେଶ୍ୱର, ୧୬ ମାର୍ଚ୍ଚ (ହି.ସ)- ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି। ସୋମବାର ସକାଳ ୯ରୁ ଭୋଟିଂ ଏବଂ ସନ୍ଧ୍ୟାରେ ଭୋଟ୍ ଗଣତି ପରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ବିଜେପିର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେଡିର ସଂତୃପ୍
manmohan samal


sujit kumar


santrupta mishra


dilip ray


ଭୁବନେଶ୍ୱର, ୧୬ ମାର୍ଚ୍ଚ (ହି.ସ)- ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି। ସୋମବାର ସକାଳ ୯ରୁ ଭୋଟିଂ ଏବଂ ସନ୍ଧ୍ୟାରେ ଭୋଟ୍ ଗଣତି ପରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ବିଜେପିର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେଡିର ସଂତୃପ୍ତ ମିଶ୍ର ମଧ୍ୟ ବିଜୟୀ ହୋଇଛନ୍ତି । ଚତୁର୍ଥ ଆସନରେ ବିଜେପି ସମର୍ôଥତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜିତିଛନ୍ତି ।

ମନମୋହନ , ସୁଜିତ ଓ ସଂତୃପ୍ତ ସହଜରେ ବିଜୟୀ ହୋଇଥିବା ବେଳେ ଚତୁର୍ଥ ସିଟରେ ରୋଚକ ଲଢେଇ ଦେଖିବାକୁ ମିଳିଥିଲା। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ଦ୍ୱିତୀୟ ପସନ୍ଦ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡିର ୮ ଜଣ ଓ କଂଗ୍ରେସର ୩ ଜଣ ମୋଟ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବାରୁ ଦିଲ୍ଲୀପ ଜିତିଛନ୍ତି। ସେ ବିଜେଡି ଓ କଂଗ୍ରେସ ସମର୍ôଥତ କମନ୍ କ୍ୟାଣ୍ଡିଡେଟ୍ ଡା.ଦତେଶ୍ୱର ହୋତାଙ୍କୁ ମାତ୍ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande