
ଧର୍ମଶାଳା,୧୬ମାର୍ଚ୍ଚ(ହି.ସ.) - ବ୍ରହ୍ମବରଦା ଥାନା ଅନ୍ତର୍ଗତ କାକୁଡିକୁଦସ୍ଥ ସତ୍ୟସାଇ ଖେଳ ପଡିଆରେ ରବିବାର ଦିନ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମେଳଣରେ ବିଭିନ୍ନ ସ୍ଥାନରୁ ୧୦ରୁ ଉର୍ଦ୍ଧ ବିମାନ ଯୋଗ ଦେଇଥିଲେ । ଏଥିରେ ସ୍ଥାନୀୟ ପଂଚାୟତର ୨ଟି ବିମାନ ଯୋଗ ଦେଇଥିଲେ । କମିଟି ତରଫରୁ ଆଗ ପଛ ହୋଇ କେଉଁ ବିମାନ ଯିବ ତାହାକୁ ନେଇ ସମୟ ଦିଆ ଯାଇଥିଲା । ତେବେ ସ୍ଥାନୀୟ ଅଂଚଳରୁ ଆସିଥିବା ୨ ବିମାନ ମଧ୍ୟରେ ଆଗକୁ ଯିବା ପାଇଁ ପ୍ରତିଯୋଗିତା ହୋଇଯାଇଥିଲା । ଉଭୟ ପକ୍ଷରୁ ଠାକୁର ବାଡିଆମାନଙ୍କ ମଧ୍ୟ ବଚସା ହେବା ସହ ଠେଲାପେଲା ହୋଇଥିଲା । ଉଭୟ ପକ୍ଷ ଏନେଇ ମେଲଣ କିମଟିରେ ଅଭିଯୋଗ କରିଥିଲେ । କମିଟି ୨ ଦିନ ପରେ ଏହି ଘଟଣାର ସମାଧାନ କରାଯିବ ବୋଲି ପ୍ରତିଶ୍ରୃତି ଦିଆ ଯାଇଥିଲା । ତେବେ ସନ୍ଧ୍ୟ ୮ ଘଟିକା ସମୟରେ ଉକ୍ତ ମେଲଣ ପଡିଆରେ ଗ୍ରାମର ଜେନା ସାହିର କିଛି ଯୁବକ ବସି କର୍ଥାବାର୍ତା ହେଉଥିଲେ । ଏହି ସମୟରେ ଦାସସାହିର କିଛି ଯୁବକ ସଂଘବଦ୍ଧ ହୋଇ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହି ଆକ୍ରମଣରେ ଉଭୟ ପକ୍ଷରୁ ୬ଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ କିଛି ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ସୋମବାର ଗୁରୁତର ଆହତ ହୋଇଥିବା ଆଶିଷ ଗନ୍ତାୟତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନାୟକ ବ୍ରହ୍ମବରଦା ଥାନାରେ ଦାସସାହିର ବିଷ୍ଣୁ ଦାସଙ୍କ ପୁଅ ଅକ୍ଷୟ,ବସନ୍ତ ଦାସଙ୍କ ପୁଅ ରାଜେଶ,ନବୀନ ଦାସଙ୍କ ପୁଅ ବଳରାମ ଓ କରୁଣାକର ଦାସଙ୍କ ପୁଅ ବିକ୍ରମଙ୍କ ସମେତ ଅନ୍ୟ ୧୬ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ