
କୋରେଇ, ୧୬ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ତାଜପୁର ଗ୍ରାମ ଠାରେ ଜଣେ ବେପାରୀ ଧଳା ଜହର ବେପାର କରିବା ବେଳେ ଗ୍ରାମବାସୀମାନେ ତାକୁ ଧରିଥିଳେ । ଗ୍ରାମଂଚଳରେ ଧଳା ଜହର ବେପାରୀ କାୟା ମେଲାଇ ବସିଛନ୍ତି । ଖସାଗଡିଆ ଗ୍ରାମର ଗୋପିନାଥ ସେନାପତିଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସେନାପତି ସାଇକେଲ ରିପ୍ୟାରିଂଗ କାମ କରେ । କିନ୍ତୁ କିଛି ଦିନ ହେବ ଧଳା ଜହର ବେପାର କରିବା ସହ ଗ୍ରାମ୍ୟ ଯୁବକଙ୍କୁ ଚଢା ଦରରେ ବିକ୍ରି କରୁଥିବାର ସୂଚନା ରହିଥିଲା । ଶନିବାର ସନ୍ଧ୍ୟାରେ ଗାଁ ମୁଣ୍ଡରେ ଧଳାଜହର ବେପାର କରୁଥିବା ବେହେଳ ଗ୍ରାମବାସୀ ନାଲି ଧଳା ଜରି ପୁଡିଆରେ ଥିବା ଧଳା ଜହର ସହ ୧୨. ୮୬୦ ଏମଜି ସହ ନଗଦ ୩୭ଶହ ଟଙ୍କା ଧରି ପୁଲିସକୁ ଡାକି ଜିମା ଦେଇଥିଲେ । ପୂର୍ଣ୍ଣକୁ ପୁଲିସ ଅଟକରଖି ଏହାର ଚେର କେଉଁଠୁ କେଉଁଠିକି ଲମ୍ବିଛି ତାର ସୁରାଗ ଅପେକ୍ଷା ରହିଥିଲା । ରବିବାର ରାତିରେ ପୁଲିସ କୁଆଖିଆ ଥାନା ଅଂଚଳରୁ ୨ଜଣଙ୍କୁ ଉଠାଇ ଆଣି ତଦନ୍ତ ଜାରି ରଖିଥିଲା । ଏ ନେଇ ଏକ ମାମଲା ୮୪/୨୬ରୁଜ୍ଜୁ କରାଯାଇ ଆଜି ପୂର୍ଣ୍ଣ ଚନ୍ଦ୍ର ସେନାପତି(୩୫)ଙ୍କ ସମେତ କୁଆଖିଆ ଥାନା ଅନ୍ତର୍ଗତ ବିଲିପଡା ଗ୍ରାମର ନାରାୟଣ ଆଇଚଙ୍କ ପୁଅ ପ୍ରତାପ ଆଇଚ(୩୩)ଙ୍କୁ ଗିରଫ କରି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ