


ବଲାଙ୍ଗୀର,୧୩ ମାର୍ଚ୍ଚ(ହି.ସ.) – ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତୀୟ ମୁକ୍ତି ମୋର୍ଚ୍ଚା ତରଫରୁ ଜିଲ୍ଲା ଆହ୍ୱାନ କର୍ତା ସରୋଜ କୁମାର ମେଶ୍ୱାଙ୍କ ନେତୃତ୍ୱରେ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ ବଲାଙ୍ଗିରଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହା ସହିତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଏବଂ ଧାରଣା ପ୍ରଦର୍ଶନ କରାଯାଇଥିଲା।
ବିଭିନ୍ନ ବକ୍ତାମାନେ ୯ ଦଫା ଦାବି ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଯୁଜିସି ବିଲ ୨୦୨୬କୁ ସମର୍ଥନ କରି ରାଜ୍ୟ କୋଷାଧ୍ୟକ୍ଷ ଓବିସି ମଂଚ ପରଦେଶୀ ବିଶ୍ୱାଲ ତାଙ୍କର ବକ୍ତବ୍ୟ ରଖିଥିଲେ।
ଜାତି ଜନଗଣନାରେ ଓବିସିମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ଜିଲ୍ଲା କୁଲୁତା ସମାଜ ସଭାପତି ଶଙ୍କର୍ଷଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ଏସ୍ସି ଏସ୍ଟି ପରି ଓବିସିମାନଙ୍କୁ ମଧ୍ୟ ପାର୍ଲିଆମେଂଟରୁ ଆରମ୍ଭ କରି ଗ୍ରାମ ପଂଚାୟତ ସ୍ତର ପର୍ଯ୍ୟନ୍ତ ପ୍ରତିନିଧିତ୍ୱ ସଂରକ୍ଷଣ ବ୍ୟବସ୍ଥା ଯୋଗାଇ ଦେବାକୁ ବରିଷ୍ଠ ଶିକ୍ଷାବିତ ମନୋରଞ୍ଜନ ସାହୁ ବକ୍ତବ୍ୟ ରଖିଥିଲେ।
ଆରଟିଇ ଆଇନ ୨୦୦୯କୁ କଡାକଡି କରିବା ପରିବର୍ତେ ସରକାର ଆଇନ ଆଣି ୫୬୩୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ଏବଂ ଶିକ୍ଷକ ନିଯୁକ୍ତିରେ ଟିଇଟି ଏକ୍ସଟ୍ (ଞଋଞ ରଙ୍ଘରଜ୍ଞକ୍ଟ୍ରଗ୍ଧ)କୁ ବାଧ୍ୟତାମୂଳକ କରାଯାଉଛି ବୋଲି ଭୀମ ଆର୍ମି ସଦସ୍ୟ ନିକେଶ କୁମ୍ଭାର ତାଙ୍କ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରିଥିଲେ।
ଆଗାମୀ ଦିନରେ ଉଲ୍ଲେଖିତ ଦାବିଗୁଡ଼ିକ ପୂରଣ ନ ହେଲେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତୀୟ ମୁକ୍ତି ମୋର୍ଚ୍ଚା ସାମ୍ବିଧାନିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ରାଷ୍ଟ୍ରବ୍ୟାପୀ ଜନଆନ୍ଦୋଳନକୁ ଆହୁରି ତିବ୍ର କରିବ ବୋଲି ଏହାର ସଭାପତି ଦ୍ୱିଜ ଦଳପତି ଚେତାବନୀ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନରୁ ଲଳିତ କୁମାର ମହାନନ୍ଦ, ଦଣ୍ଡୁଆ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଲୋକନାଥ ସୁନା, ମମତା ଛତ୍ରିଆ, ସନ୍ତୋଷ ଛତ୍ରିଆ, ଯଶୋବନ୍ତି ବରିହା, ସୁବାଷିନୀ ସାହୁ, ସତ୍ୟ ବନଛୋର, ବିକ୍ରମ ମହାନନ୍ଦ, ରାମ ଶଙ୍କର ଶତପଥି, ରାଜେନ୍ଦ୍ର ପ୍ରସାଦ ସିଂଦେଓ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ