
ନୂଆପଡ଼ା,୧୪ ମାର୍ଚ୍ଚ (ହି.ସ.)- ନୂଆପଡା ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ କଲ୍ୟାଣ ମଣ୍ଡପ ଦୁଇ ଠାରେ ଜଳ, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ଉପରେ ଏକ ଆଲୋଚନା ଚକ୍ର ସହ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ଆଠ ତାରିଖ ଠାରୁ ଆରମ୍ଭ ହୋଇ ଆଜି ତାର ଉଦଯାପନି ସମାରୋହର ଆୟୋଜିତ ସଭାରେ ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନକେତନ ମହାରଣା ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଏନଏସି ଉପାଧ୍ୟକ୍ଷା ଶକୁନ୍ତଳା ରାଉତ, କାଉନଶୀଳର ସୁନୀଲ ସାହୁ, ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସରୋଜିନୀ ସିଂ, ସ୍ୱଚ୍ଛ ସୁପରଭାଇଜର ମମତା ମଞ୍ଜରୀ ଥପା ଯୋଗଦେଇ ସ୍ୱଚ୍ଛ ସମାଜ ଗଠନରେ ମହିଳାର ଦାଇତ୍ୱ ଓ ଗୁରୁତ୍ୱ ଉପରେ ବିଷଦ ଆଲୋଚନା କରିଥିଲେ କ୍ଷ ଏହି ଅବସରରେ ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦରେ ସ୍ୱଚ୍ଛତାକୁ ନେଇ ଚାଲିଥିବା କାର୍ଯ୍ୟକ୍ରମରେ ଭଲ କାମ କରି କୃତିତ୍ୱ ହାସଲ କରିଥିବା ମହିଳା ସଂଗଠନ ଓ ସ୍ୱଂୟ ସହାୟକ ଗୋଷ୍ଠୀର ମା’ମାନଙ୍କୁ ସମ୍ବର୍ଦ୍ଧନା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କ ମଧ୍ୟରେ ରଙ୍ଗୋଲି, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା କରି କୃତିତ୍ୱ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା କ୍ଷ ବିଶେଷ କରି ନୂଆପଡା ଜିଲ୍ଲାପାଳ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ କରିବାର ପ୍ରୟାସ ସମୟ ରେ ଅଦରକାରୀ ପ୍ଲାଷ୍ଟିକକୁ କେମିତି ପୁନଃ ବ୍ୟବହାର କରି ସ୍ଥାନୀୟ ପରିବେଶ କୁ ସ୍ୱଛ ନିର୍ମଳ ରଖି ହେବ ସେ ଉପରେ କାମ କରିଥିବା ଜଣେ ମହିଳା ନିହାରୀକା ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ଏହି କାର୍ଯ୍ୟକ୍ରମକୁ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଗୌତମ ସାହୁ, ବିପି ସିଂ ବାବୁ, ରାଜିବ ସ୍ୱାଇଁ, ସଦାଶିବ ପଣ୍ଡା, ଡୋଲମଣୀ ଶବର ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ