ଓଷ୍ଟାର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ
ମାଲକାନଗିରି , ୧୪ ମାର୍ଚ୍ଚ (ହି.ସ.) - ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ମାଲକାନଗିରି ଜିଲ୍ଲାର ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ କାଲିମେଳା ବ୍ଲକର ବିବେକାନନ୍ଦ ବିଦ୍ୟାପୀଠ ଏମଭି-୭୨ ଠାରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ବ୍ଲକର ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ, ସଂଘର
ଓଷ୍ଟାର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ


ମାଲକାନଗିରି , ୧୪ ମାର୍ଚ୍ଚ (ହି.ସ.) - ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ମାଲକାନଗିରି ଜିଲ୍ଲାର ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ କାଲିମେଳା ବ୍ଲକର ବିବେକାନନ୍ଦ ବିଦ୍ୟାପୀଠ ଏମଭି-୭୨ ଠାରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ବ୍ଲକର ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ, ସଂଘର ଜିଲ୍ଲା ନେତୃତ୍ୱ ମାନେ ଏଥିରେ ଅଂଶ ଗ୍ରହଣ କରି କାଲିମେଳା ବ୍ଲକର କର୍ମକର୍ତା ନିର୍ବାଚନ ପ୍ରକ୍ରିୟା କରିଥିଲେ। ଓଷ୍ଠାର ଜିଲ୍ଲା ଇସି ମେମ୍ବର ଅଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲା ଓଷ୍ଠା ସାଧାରଣ ସଂପାଦକ ମନୋଜ ମହାପାତ୍ର, ଯୁଗ୍ମ ସଂପାଦକ ଦୀନବନ୍ଧୁ ବେଜ, ଉପ ସଭାପତି ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, କୋରୁକୋଣ୍ଡା ବ୍ଲକ ସଂପାଦକ ସୂର୍ଯ୍ୟ ନାରାୟଣ ନାୟକ, କାଲିମେଳା ବ୍ଲକ ସଂପାଦକ ଗୋଦାବରୀଶ ଦାସ, ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ ପ୍ରମୁଖ ଅଂଶ ଗ୍ରହଣ କରି ଏହି ଶିକ୍ଷକ ସଂଗଠନର ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ଚୟନ କରିଥିଲେ । ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସାଂଗଠନିକ ବୈଠକରେ କାଲିମେଳା ବ୍ଲକ ପାଇଁ ସର୍ବ ସମ୍ମତିକ୍ରମେ ସଭାପତି ଭାବେ କମଳାକାନ୍ତ ବାରିକ, ଉପସଭାପତି ସକୁନ୍ତଳା ଓଝା, ସମର ମଣ୍ଡଳ, ସଂପାଦକ ଦିଲ୍ଲିପ କୁମାର ସ୍ୱାଇଁ, ସହ ସଂପାଦକ ରଘଦତ ମହାପାତ୍ର, ରଂଜନ ସିଲ, ରାଜ୍ୟ କାଉନସିଲର ସଦସ୍ୟ ନାରାୟଣ କୁମାର ପଣ୍ଡା ଏବଂ ଜିଲ୍ଲା କାଉନସିଲର ସଦସ୍ୟ ଭାବରେ ମୃଣାଳ ମିସ୍ତ୍ରୀ ଚୟନିତ ହୋଇଥିଲେ । ସେହିପରି ଭାବରେ ପଡିଆ ବ୍ଲକ ର ସଭାପତି ବାସୁଦେବ ନାୟକ, ଉପ ସଭାପତି ହାଡ଼ିବନ୍ଧୁ ସାହୁ, ଆଦିକନ୍ଦ ରାଉତ, ସଂପାଦକ ଜିତୁ ରଂଜନ ସ୍ୱାଇଁ, ସହ ସଂପାଦକ ଅଲେଖ ଚନ୍ଦ୍ର ତ୍ରିପାଠୀ, ଅମୀୟ ରଂଜନ ମିଶ୍ର, ରାଜ୍ୟ କାଉନସିଲର ସଦସ୍ୟ ଦିପକ କୁମାର ରାୟ ଓ ଜିଲ୍ଲା କାଉନସିଲର ସଦସ୍ୟ ଭାବରେ ପ୍ରଭାକର ପାଢୀ ଚୟନିତ ହୋଇଛନ୍ତି । ଏହି ଅବସରରେ ସର୍ବଶ୍ରୀ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ନାୟକ, ନାରାୟଣ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଆଗାମୀ ତିନିବର୍ଷ ପାଇଁ ଏହି କମିଟି ଜିଲ୍ଲା କମିଟି ତତ୍ୱାବଧାନରେ କାର୍ଯ୍ୟ କରିବା ପାଇଁ ପୂର୍ବତନ ସଂପାଦକ ଗୋଦାବରୀ ଦାସ ଶପଥ ପାଠ କରିଥିଲେ । ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲା ସଂଘ ତରଫରୁ ସମ୍ବର୍ଦ୍ଧନା କରାଯାଇଛି । ସର୍ବ ଶେଷର ଶିକ୍ଷକ କମଳାକାନ୍ତ ବାରିକ ଧନ୍ୟବାଦ ଅର୍ପଣ ପର ସଭା ସାଙ୍ଗ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande