କେମ ପକ୍ଷରୁ ସାହିତ୍ୟିକ ଅତୁଲ ବଳଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- ଓଡ଼ିଆ ସାହିତ୍ୟ ଜଗତରେ ଜଣେ ସଫଳ ପ୍ରଚ୍ଛଦ ଚିତ୍ରକାର ଓ କଥାକର ରୂପେ ପରିଚିତ ସ୍ୱର୍ଗତ ଅତୁଲ ବଳଙ୍କୁ ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍ ) ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପ
କେମ ପକ୍ଷରୁ ସାହିତ୍ୟିକ ଅତୁଲ ବଳଙ୍କୁ ଶ୍ରଦ୍ଧାଞ୍ଜଳୀ


କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- ଓଡ଼ିଆ ସାହିତ୍ୟ ଜଗତରେ ଜଣେ ସଫଳ ପ୍ରଚ୍ଛଦ ଚିତ୍ରକାର ଓ କଥାକର ରୂପେ ପରିଚିତ ସ୍ୱର୍ଗତ ଅତୁଲ ବଳଙ୍କୁ ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍ ) ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ଥାନୀୟ ମାଧପୁର ଠାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କେମର ସଭ୍ୟ ଓ ସଭ୍ୟା ସର୍ବଶ୍ରୀ ସଂଯୋଜକ ବଂଶୀଧର ମହାନ୍ତି, ସମ୍ପାଦକ ମହମ୍ମଦ ଜାହିଦ ଖାନ, ସହ ସଂଯୋଜିକା ଆମ୍ରିନ ସହାଦଦ, ସହ ସମ୍ପାଦକ ପ୍ରତାପ ସ୍ୱାଇଁ, ଗୌତମ କୁମାର ସାହୁ, ରୁଦ୍ର ନାୟକ, ଶିକ୍ଷାବିତ୍, ଶିକ୍ଷାବିତ୍ ଦିବାକର ରାଉତ, ସ୍ତମ୍ବକାର କ୍ଷୀରୋଦ କର ଓ ଯୁବକବି ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଦିବଂଗତ ବଳଙ୍କ ସ୍ମୃତିଚାରଣ ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ସ୍ମୃତିସଭାର ସଂଯୋଜକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ସ୍ୱର୍ଗତ ଅତୁଳ ବଳଙ୍କ ଏହି ଅକାଳ ବିୟୋଗ କେବଳ ଓଡ଼ିଆ ସାହିତ୍ୟ ଓ ଚିତ୍ରଜଗତ ପାଇଁ ଅପୂରଣୀୟ କ୍ଷତି ନୁହେଁ ଅଧିକନ୍ତୁ, କେମ୍ ଦ୍ୱାରା ପ୍ରତିବର୍ଷ ଅନୁଷ୍ଠିତ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଅବସରରେ ପ୍ରକାଶ ପାଉଥିବା 'କେନ୍ଦ୍ରାପଡ଼ା ପରିକ୍ରମା' ପତ୍ରିକା ତା'ର ମାର୍ଗଦର୍ଶକ ତଥା ଅନୁପମ ପ୍ରଚ୍ଛଦ ଶିଳ୍ପୀଙ୍କ ଯୋଗଦାନରୁ ବଞ୍ଚିତ ହେଲା ବୋଲି ମତବ୍ୟକ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande