
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ରାଜଧାନୀରେ ପୁଷ୍ପା ଷ୍ଟାଇଲ୍ ରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ସଂଗ୍ରାମ , ପ୍ରତ୍ୟୁଷ, ଆଦିତ୍ୟ ଓ ଜଣେ ମହିଳା। କିଛି ଦିନ ଧରି ରାମ ଲୁ ( ପୁଷ୍ପା ) ଭାଇଗିରି ଦେଖାଇବା ପାଇଁ ବଡଗଡ ଓ ଲକ୍ଷ୍ମୀସାଗର ଥାନା ଅଂଚଳରେ ନିଜର ଗ୍ୟାଙ୍ଗ କରି ଆତଙ୍କ ମଚାଇଥିଲା । କିଛିଦିନ ତଳେ ଜଣେ ଆଇନଜୀବୀଙ୍କୁ ଆକ୍ରମଣ ଓ ଗୌତମ ନଗର କଦଳୀ ଗୋଦାମ ଅଂଚଳରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗ ଥିଲା। ଗଣେଶ ପୂଜା ଦିନ ଆଇନଜୀବୀଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ପୁଣି ଦୁଇ ଦିନ ତଳେ ବୁଦ୍ଧ ନଗର ଅଂଚଳରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ। ସିସିଟିଭିରୁ ଏମାନଙ୍କୁ ଚିହ୍ନଟ କରି ବଡଗଡ଼ ପୋଲିସ ସେମାନଙ୍କୁ ବାନ୍ଧିଛି। ତେବେ ମୁଖ୍ୟ ଅଭିଯୁକ୍ତ ରାମ ଲୁ ( ପୁଷ୍ପା ) ଫେରାର୍ ଥିବା ଜଣାପଡିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା