
ପୁରୀ, ୧୪ ମାର୍ଚ୍ଚ (ହି.ସ.) - ଗୁଣ୍ଡିଚା ବିହାର ସ୍ଥିତ ସୁଷମା ଗାର୍ଡନ ସମ୍ମୁଖରେ ଥିବା ଶ୍ରୀକଳା ନିକେତନ ଅନଷ୍ଠାନ ଠାରେ ବିଶ୍ୱ ମହିଳା ଦିବସ ମହା ସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସୋନି ଟିଭିର ମାଷ୍ଟର ସେଫ ବିଜୟିନୀ ମଞ୍ଜୁ ପ୍ରଧାନ ଓ ଅନୁଷ୍ଠାନର ମୁଖ୍ୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀଶିଳ୍ପୀ ରୋଜାଲିନ ମହାନ୍ତି ଯୋଗଦେଇ ମହିଳାଙ୍କ ଉର୍ନ୍ନତି ଓ ସ୍ୱାବଲମ୍ବୀ ହେବା ପାଇଁ ଅତିଥି ମାନେ ମତପ୍ରକାଶ କରିଥିଲେ । ପୁରୀ, ଓଡିଶା ଓ ଜାତୀୟସ୍ତରରେ କୃତିତ୍ୱ ହାସଲ କରିଥିବା ମଞ୍ଜୁ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅବନ୍ତିକା ଦାଶ, ସ୍ନେହାସ୍ନିଗ୍ଧା ମହାନ୍ତି, ବିଶ୍ୱରୂପା ଦାଶ, ସ୍ନେହଲତା ପାଢୀ, ଆଂଚଲ ବେହେରା, ଅମ୍ରିତା ଦାସ, ଆଭାସ୍ମିତା ମହାପାତ୍ର, ଶ୍ରେୟା ସଗୁନ ସାହୁ, ଆରାଧ୍ୟା ମିଶ୍ର, ଦିବ୍ୟଜ୍ୟାତି ନାୟକ, ସିଦ୍ଧିସ୍ୱରୂପା ସ୍ୱାଇଁ ଙ୍କ ସମେତ ଅନୁଷ୍ଠାନର ସଦସ୍ୟା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ବରିଷ୍ଠ ନୃତ୍ୟଶିଳ୍ପୀ ବିଶ୍ୱରୂପା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ