
କେନ୍ଦ୍ରାପଡ଼ା,୧୫ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ। ଏନେଇ ୧୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ରର ପ୍ରତ୍ୟାହାର ଶେଷ ଦିନରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନାହାଁନ୍ତି। ୧୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଏମାନେ ହେଲେ ଅତିରିକ୍ତ ଯୁଗ୍ମ ସଂପାଦିକା(ମହିଳା) ମମତାମୟୀ ସାମଲ, ପରିଚାଳନା ପରିଷଦ ସଭ୍ୟ ପ୍ରାର୍ଥ ପ୍ରତିମା ଚକ୍ରବର୍ତୀ, ପରିଚାଳନା ପରିଷଦ ସଭ୍ୟା ମିନାକ୍ଷୀ ସାମନ୍ତରାୟ, ପରିଚାଳନା ପରିଷଦ ସଭ୍ୟା ସଂଘମିତ୍ରା ମଲିକ ୪ଜଣ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଭାପତି ଭାବେ ଧିରେନ କୁମାର ସାହୁ, ରବିନାରାୟଣ ମହାନ୍ତି, ଉପ ସଭାପତି ଭାବେ ନୃସିଂହ ଚରଣ ରାଉତ, ତମଷା ପାତ୍ର, ସଂପାଦକ ଭାବେ ନେହେରୁ କୁମାର ସାହୁ, ନିହାର ରଂଜନ ମହାପାତ୍ର, ଯୁଗ୍ନ ସଂପାଦକ ଭାବେ ମନୋରଞ୍ଜନ ବେହେରା, ରଞ୍ଜନ କୁମାର ସେଠୀ, ଅତିରିକ୍ତ ଯୁଗ୍ମ ସଂପାଦକ ବିନୋଦ କୁମାର ବେହେରା, ହରି ପ୍ରସାଦ କର, କୋଷାଧ୍ୟକ୍ଷ ଭାବେ ପ୍ରକାଶ କୁମାର ପ୍ରଧାନ, ରାଜୀବ କୁମାର ପାତ୍ର ୧୨ ଜଣ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅଧିକାରୀ ପ୍ରଭାତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି