ସିକଟପଲ୍ଲୀ ଗ୍ରାମବାସୀଙ୍କୁ କେବେ ମିଳିବ ମୌଳିକ ସୁବିଧା
ମାଲକାନଗିରି , ୧୫ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ଥିବା ରାଲେଗଡା ପଂଚାୟତ ସିକଟପଲ୍ଲୀ ଗାଁରେ ମୋଟ ୨୫ ଟି ପରିବାର ବସବାସ କରୁଥିବା ବେଳେ, ସ୍ୱାସ୍ଥ୍ୟ , ଶିକ୍ଷା , ପାନୀୟ ଜଳ , ଆବାସ ଘର , ଗମନାଗମନ ଭଳି ମୌଳିକ ସୁବିଧା ଏମାନଙ୍କ ପାଇଁ ପାଲଟିଛି ସ
ସିକଟପଲ୍ଲୀ  ଗ୍ରାମବାସୀ ଙ୍କୁ କେବେ ମିଳିବ ମୌଳିକ ସୁବିଧା


ମାଲକାନଗିରି , ୧୫ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ଥିବା ରାଲେଗଡା ପଂଚାୟତ ସିକଟପଲ୍ଲୀ ଗାଁରେ ମୋଟ ୨୫ ଟି ପରିବାର ବସବାସ କରୁଥିବା ବେଳେ, ସ୍ୱାସ୍ଥ୍ୟ , ଶିକ୍ଷା , ପାନୀୟ ଜଳ , ଆବାସ ଘର , ଗମନାଗମନ ଭଳି ମୌଳିକ ସୁବିଧା ଏମାନଙ୍କ ପାଇଁ ପାଲଟିଛି ସାତ ସପନ । ମୌଳିକ ସୁବିଧା କହିଲେ କେବଳ ୫ କିଲୋ ଚାଉଳ, ତାହାବି ୧୫ କିଲୋମିଟର ଯାଇ ଆଣିବାକୁ ପଡେ । ବର୍ଷା ସମୟରେ କାହାର ଯଦି ଦେହ ଖରାପ ହୁଏ , ତେବେ ତାକୁ ଭଗବାନ ହିଁ ଏକମାତ୍ର ସାହା ଭରସା । ୫ ବର୍ଷ ପୂର୍ବରୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗାଁକୁ ଗାଁ ଯୋଡିବା ପାଇଁ ରାସ୍ତାର ସଂଯୋଗ କରାଯାଇଥିଲା । କିନ୍ତୁ ଏହି ସିକଟପଲ୍ଲୀ ଗାଁ ନିକଟରୁ ଅଧପାନ୍ତରିଆ ରାସ୍ତା କରି ଛାଡି ଚାଲିଗଲେ ଠିକାଦାର । ବର୍ତମାନ ଦୁଇଟି ସେତୁ ମୁଖ୍ୟ ସମସ୍ୟା ପାଲଟିଥିବା ବେଳେ , ବର୍ଷା ସମୟରେ କାଠ ପୋଲ ହିଁ ଏକମାତ୍ର ଭରସା ଗାଁ ବାସିନ୍ଧାଙ୍କ ପାଇଁ । ରାସ୍ତାର ସଂଯୋଗ ନଥିବା କାରଣରୁ ଗାଁ ସମ୍ପୂର୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଆବାସ ଯୋଜନା ସାତ ସପନ ଥିବା ବେଳେ, ମାଟି ଘରେ କଟୁଛି ଦିନ । ବର୍ଷା ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସିକଟପଲ୍ଲୀ ବସିନ୍ଧା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande