ବଲାଙ୍ଗିରରେ ବିଶ୍ଵ ଖାଉଟି କଲ୍ୟାଣ ଦିବସ ପାଳିତ
ବଲାଙ୍ଗିର, ୧୫ ମାର୍ଚ୍ଚ (ହି.ସ.)- ନିରାପଦ ଉତ୍ପାଦ, ଆତ୍ମବିଶ୍ୱାସୀ ଗ୍ରାହକ ହେଉଛି ବିଶ୍ୱ ଗ୍ରାହକ ଅଧିକାର ଦିବସ ୨୦୨୬ ର ବିଷୟବସ୍ତୁ, ଯାହା ଏକ ବର୍ଦ୍ଧିତ ଡିଜିଟାଲ୍ ଏବଂ ବିଶ୍ୱୀକରଣ ହୋଇଥିବା ବଜାରରେ ସୁରକ୍ଷିତ ସାମଗ୍ରୀର ଜରୁରୀ ଆବଶ୍ୟକତା ଏବଂ ଅଧିକାରକୁ ଉଜ୍ଜ୍ୱଳ କରିଥାଏ। ଏହି ପଦକ୍ଷେପର ଲକ
ବଲାଙ୍ଗିର ରେ ବିଶ୍ୱ ଖାଉଟି କଲ୍ୟାଣ ଦିବସ ପାଲିତ


ବଲାଙ୍ଗିର ରେ ବିଶ୍ୱ ଖାଉଟି କଲ୍ୟାଣ ଦିବସ ପାଲିତ


ବଲାଙ୍ଗିର ରେ ବିଶ୍ୱ ଖାଉଟି କଲ୍ୟାଣ ଦିବସ ପାଲିତ


ବଲାଙ୍ଗିର ରେ ବିଶ୍ୱ ଖାଉଟି କଲ୍ୟାଣ ଦିବସ ପାଲିତ


ବଲାଙ୍ଗିର ରେ ବିଶ୍ୱ ଖାଉଟି କଲ୍ୟାଣ ଦିବସ ପାଲିତ


ବଲାଙ୍ଗିର, ୧୫ ମାର୍ଚ୍ଚ (ହି.ସ.)- ନିରାପଦ ଉତ୍ପାଦ, ଆତ୍ମବିଶ୍ୱାସୀ ଗ୍ରାହକ ହେଉଛି ବିଶ୍ୱ ଗ୍ରାହକ ଅଧିକାର ଦିବସ ୨୦୨୬ ର ବିଷୟବସ୍ତୁ, ଯାହା ଏକ ବର୍ଦ୍ଧିତ ଡିଜିଟାଲ୍ ଏବଂ ବିଶ୍ୱୀକରଣ ହୋଇଥିବା ବଜାରରେ ସୁରକ୍ଷିତ ସାମଗ୍ରୀର ଜରୁରୀ ଆବଶ୍ୟକତା ଏବଂ ଅଧିକାରକୁ ଉଜ୍ଜ୍ୱଳ କରିଥାଏ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଅସୁରକ୍ଷିତ ଉତ୍ପାଦ - ଯେପରିକି ତ୍ରୁଟିପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ, ବିପଦପୂର୍ଣ୍ଣ ଖେଳଣା ଏବଂ ଅନୁପଯୁକ୍ତ ଖାଦ୍ୟ - ଠାରୁ ଦୃଢ଼ ପ୍ରବର୍ତ୍ତନ, ଉନ୍ନତ ଉତ୍ପାଦ ସୁରକ୍ଷା ବ୍ୟବସ୍ଥା ଏବଂ ସୂଚନାପ୍ରଦ ଗ୍ରାହକ ପସନ୍ଦକୁ ଆହ୍ୱାନ କରି ସୁରକ୍ଷା ଦେବା। ଉତ୍ପାଦ ସୁରକ୍ଷା ଏବଂ ଗ୍ରାହକ ଅଧିକାରର ପ୍ରମୁଖ ଦିଗ ମୌଳିକ ମାନବ ଅଧିକାର: ଉତ୍ପାଦ ସୁରକ୍ଷାକୁ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଏକ ମୌଳିକ ମାନବ ଅଧିକାର ଭାବରେ ବିବେଚନା କରାଯାଏ, ଏକ ବିଳାସ ପୂର୍ଣ୍ଣ ନୁହେଁ। ବ୍ୟବସାୟଗୁଡ଼ିକ ସମଗ୍ର ଉତ୍ପାଦରେ ସୁରକ୍ଷା ପାଇଁ ପ୍ରାଥମିକ ଦାୟିତ୍ୱ ବହନ କରନ୍ତି ବୋଲି ବଲାଙ୍ଗିର ଠାରେ ଅଖିଳ ଭରତୀୟ ଗ୍ରାହକ ପଞ୍ଚାୟତ ବିଶ୍ୱ ଖାଉଟୀ ଅଧୀକାର ଦିଵସରେ ମତ ପ୍ରକାଶ ପାଇଛି।

ବିଷୟ ବସ୍ତୁ ଉପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମର ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଳା ଶିଳ୍ପ କେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ନିରୋଜ ରଞ୍ଜନ ପାଣିଗ୍ରାହି, ବୈଧ ମାପ ବିଜ୍ଞାନ ଵିଭାଗ ସହକାରୀ ନିୟନ୍ତ୍ରକ ସାଗରିକା ସାବତ, ବଲାଙ୍ଗିର ଜିଲ୍ଲାପରିଷଦ ସଭ୍ୟ ସିବଦତ୍ତ ମିଶ୍ର ମତ ପ୍ରକାଶ କରି ଖାଉଟି ବିଷୟକ ବିସ୍ତାର ପୂର୍ବକ ମତାମତ ଦେଇଥିଲେ। ଖାଉଟୀ ମନଙ୍କୁ ଦିଆଯାଇଥିବା ଅଧିକାର ହନନ ହେଲେ ଅଦାଲତରେ ବିନା କୌଣସି ଓକିଲ ସହାୟତା ନେଇ ଜିଲ୍ଲା, ରାଜ୍ଯ ଓ କେନ୍ଦ୍ରିୟ ଖାଉଟି ଅଦାଲତ ରେ ଆବେଦନ କରି ନ୍ୟାୟ ପାଇପାରିବେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପ୍ରାନ୍ତ ଅଧ୍ୟକ୍ଷ କିଶୋର ମୋହନ ମିଶ୍ର ଯୋଗଦେଇ ପଞ୍ଚାୟତ କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସଂମ୍ପାଦକ ଅଶୋକ କୁମାର ମିଶ୍ର ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରି ସଂଯୋଜନା କରିଥିଲେ। ଆଜି ବଲାଙ୍ଗିର ପତିତପାବନ ଏକାଡ଼େମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଧ ମାପ ବିଜ୍ଞାନ ଵିଭାଗ ସହାୟତାରେ ଅନୁଷ୍ଠିତ ସଭାରେ ବକ୍ତା ମାନଙ୍କ ସହିତ ପ୍ରଶ୍ନ ଉତ୍ତର ବେଳେ ଗ୍ରାମାଞ୍ଚଳ ଖାଉଟୀ ତର୍କ ସଂଗତ ସମର୍ଥନ ପାଇଁ ଗ୍ରାମାଞ୍ଚଳ ଖାଉଟୀଙ୍କ ସଚେତନତା ଜରୁରୀ ହୋଇପଡ଼ିଛି ବୋଲି ମତ ପ୍ରକାଶ ପାଇଥିଲା। ପ୍ରାରମ୍ଭରେ ଦୀପ ପ୍ରଜ୍ବଳନ ପୂଜନ ପରେ ଗ୍ରାହକ ଗୀତ ଆବୃତ୍ତି କରାଯାଇଥିଲା। ଶେଷରେ ସଭ୍ୟ ଉମାଶଙ୍କର ସହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande