
ମୁଖୀଗୁଡା,୧୬ ମାର୍ଚ୍ଚ(ହି ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭଇଁରିରପାଲି ପଂଚାୟତ ବିମଳାଗାଁ ବାଗବନ୍ଧରୁ ମଣିଷ କଙ୍କାଳରଅଂଶ ଉଦ୍ଧାର ହେବାର ୪ଦିନ ପରେ ମଧ୍ୟ ପୋଲିସ କଙ୍କାଳର ଅନ୍ୟ ଅଂଶ ଖୋଜିବାରେ ବିଫଳ ହୋଇଛି । ଗତ ସାତ ମାସ ତଳେ ଗାଁର ନିଖୋଜ ଥିବା ଅମୃତ ପୁଝାରିର ସନ୍ଧାନ ମଧ୍ୟ ପାଇ ନାହିଁ ପୋଲିସ । ବିମଳା ଗ୍ରାମର ଭିନ୍ନକ୍ଷମ ଯୁବତୀ ଅମୃତ ପୁଝାରୀ ଗତ ଅଗଷ୍ଟ ମାସରୁ ନିଖୋଜ ଥିବା ପରିବାର ପକ୍ଷରୁ ଜୟପାଟଣା ଥାନା ରେ ଅଭିଯୋଗ ହୋଇଥିଲା । ନିଖୋଜ ହେବାର ୭ ମାସ ବିତି ଯାଇଥିଲେ ହେଁ ଯୁବତୀର କୌଣସି ସନ୍ଧାନ ମିଲୁ ନଥିବାରୁ ପରିବାର ଲୋକଙ୍କ ମଧ୍ୟ୍ୟ ରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଅନ୍ୟ ପକ୍ଷେ ଗତ ୧୨ ତାରିଖ ଦିନ ଗାଁ ନିକଟରେ ଥିବା ବାଗବନ୍ଧରୁ ମାନବୀୟ ଶରୀର ଅଂଟାତଳର ଅଂଶ ଉଦ୍ଧାର ହେବା ପରେ ଲୋକଙ୍କ ମଧ୍ୟରେରେ ଅନେକ ପ୍ରଶ୍ନ ଉଠିଥିଲା । ସାଇଂଟିଫିକ ଟିମ, ଜୟପଟଣା ପୋଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଥିଲେ ହେଁ ଦୁଇ ଦିନ କିଛି ସୁରାକ ପାଇ ନଥିଲେ । ପୋଖରୀରେ ଅଧିକ ପାଣି ରହି ଥିବାରୁ ଖୋଜିବାରେ ଅସୁବିଧା ହେବା ପରେ ଗତକାଲି ପ ବାଲାଙ୍ଗୀରର ୧୪ ଜଣିଆ ଓଆରଡିଏଫ ଟିମ ପହଁଚି ଖୋଜା ଖୋଜି କରିଥିଲେ ହେଁ କିଛି ସନ୍ଧାନ ମିଳିନ ଥୁବାରୁ ସେମାନେ ମଧ୍ୟ ବିଫଳ ହୋଇଥିଲେ। ଅନ୍ୟ ପକ୍ଷରେ ନିଖୋଜ ଯୁବତୀଟି ଭିନ୍ନକ୍ଷମ ଥିଲେ, ସବୁବେଳେ ବେଳେ ମା' ଙ୍କ ସାହାରାରେ ହିଁ ଏଣେ ତେଣେ ଯିବା ଆସିବା କରୁଥିଲେ ହେଲେ ସେ କିପରି ନିଖୋଜ ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାର ଅନୁପସ୍ଥିତି ର ସୁଯୋଗ ନେଇ କେହି ମନ୍ଦ ଉଦେଶ୍ୟରେ ଅପହରଣ କରି ନେଇଥାଏ ବୋଲି ଚର୍ଚ୍ଚା ହେଉଛି । ଗ୍ରାମବାସି ଉଦ୍ଧାର କଙ୍କାଳ କାହାର ଚିହ୍ନଟ ପାଇଁ ଦାବୀ କରିଛନ୍ତି। ନିଖୋଜ ଯୁବତୀ ର କୋଣସି ସନ୍ଧାନ ମିଳି ନଥିବା ବେଳେ ବାଗବନ୍ଧରୁ ଉଦ୍ଧାର ହାଡ଼ କଙ୍କାକ ଅଂଶକୁ ନେଇ ନାନା କଥା ଆଲୋଚନା ହେଉଛି ଗାଁ ନିକଟ ଏକ ପ୍ରକଳ୍ପରେ ବଳି ଦିଆଯାଇ ସେଠାରେ ମୁଣ୍ଡକୁ ପୋତିବା ପରେ ବାକି ଅଂଶ ବାଗ ବନ୍ଧରେ ଫିଙ୍ଗା ଯାଇଥିବା ଚର୍ଚ୍ଚା ହେଉଛି ।ଆଜି ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି କିଛି ପାଇନଥିବା ସୂଚନା ମିଳିଛି । ହେଲେ ସାତ ମାସ ହେଲା ନିଖୋଜ ଅବା ଅପହୃତ ଯୁବତୀର ସନ୍ଧାନ ନପାଇବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ଏହି ରହସ୍ୟ ଉନ୍ମୋଚନ ଯେତେ ଡେରି ହେବ ସେତେ ଦିନ ଯାଏଁ ଚର୍ଚ୍ଚା ଲାଗି ରହିବ ।
ହିନ୍ଦୁସ୍ଥାନ ସମାଚାର / ନିହାର