ବନ୍ୟା କ୍ଷତିଗ୍ରସ୍ତ ସହାୟତା ଦାବିରେ ବିଜେଡି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର, ଶତାଧିକ ଚାଷୀଙ୍କ ଶୋଭାଯାତ୍ରା, ଆର.ଆଇ ଅଫିସ ଘେରାଉ
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ତହସିଲ ଅଧିନ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ପଂଚାୟତରେ ଗତ ଅଗଷ୍ଟ ଓ ସେପ୍େଟମ୍ବର ମାସରେ ବୈତରଣୀ ନଦୀରେ ଆସିଥି ଛୋଟବଡ ୬/୭ଟି ବନ୍ୟାରେ ଶହଶହ ଚାଷୀଙ୍କର ବିହନ ଓ ଧାନତଳି ଧୋଇ ନେଇଥିଲା। ବନ୍ୟା ଛାଡିବା ପରେ ଉଭୟ ଜିଲାପ୍ରଶାସନ ଓ କୃଷିବି
BANYA KHYATRIGRASTA BJD COLLECTOR NKU DABIPATRA


ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ତହସିଲ ଅଧିନ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ପଂଚାୟତରେ ଗତ ଅଗଷ୍ଟ ଓ ସେପ୍େଟମ୍ବର ମାସରେ ବୈତରଣୀ ନଦୀରେ ଆସିଥି ଛୋଟବଡ ୬/୭ଟି ବନ୍ୟାରେ ଶହଶହ ଚାଷୀଙ୍କର ବିହନ ଓ ଧାନତଳି ଧୋଇ ନେଇଥିଲା। ବନ୍ୟା ଛାଡିବା ପରେ ଉଭୟ ଜିଲାପ୍ରଶାସନ ଓ କୃଷିବିଭାଗ କ୍ଷେତ୍ରିୟ ପରିଦର୍ଶନ କରିବା ସହିତ ସମସ୍ତ ସହାୟତା ୨ମାସ ମଧ୍ୟରେ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ପରେ ଚାଷୀମାନେ ଧାରକରଜ କରି ଧାନତଳି ଓ ବିହନ କିଣି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଇତିମଧ୍ୟରେ ୮ମାସ ବିତିଯାଇଥିଲେ ମଧ୍ୟ ଚାଷୀମାନଙ୍କୁ ବନ୍ୟାରେ କ୍ଷତିଗ୍ରସ୍ତ ସହାୟତା ମିଳିପାରିଲା ନାହିଁ। ଯାହାର ଦାବି କରି ବ୍ଲକ ବିଜେଡି ପକ୍ଷରୁ ଚାରି ପଞ୍ଚାୟତର ଚାଷୀମାନଙ୍କୁ ନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆରଡି ରାଜସ୍ୱ ନୀରିକ୍ଷକଙ୍କୁ ଦିଆଯାଇଛି। ଏହା ପୂର୍ବରୁ ଆରଡି ବସଷ୍ଟାଣ୍ଡ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆରଡି ୍ୱଜାର ଦେଇ ଆର.ଆଇ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଚାଷୀମାନେ ନାରାବାଜି ଦେଇଥିଲେ। ସୂଚନା ଅନୁଯାୟୀ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତଳିଆ ଅଞ୍ଚଳ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଂଚାୟତର ୨୨ଟି ଗାଁର ଶତାଧିକ ଚାଷୀଙ୍କର ଗତ ବନ୍ୟାରେ ହଜାର ହଜାର ଏକର ସାରଦ ଧାନତଳି ଧୋଇ ନେଇଥିଲା। ଏପରିକି କିଏ ବ୍ଲକରୁ ବିହନ ଧାନ ଆଣିଥିଲା ତ ଆଉ କିଏ ବଜାରରୁ ଆଣିଥିଲା। ସବୁତକ ବିହନ ଧାନତଳିକୁ ଧୋଇ ନେଇଥିଲା ବନ୍ୟାପାଣି। ଖବର ପାଇବା ପରେ ଜିଲାପାଳ ବନ୍ୟାଂଚଳ ବୁଲିବା ସହ ଧାନ କ୍ଷେତ ବୁଲି ଦେଖିଥିଲେ। ତାହାସହ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ବ୍ଲକ ପ୍ରଶାସନ ଓ କୃଷି ବିଭାଗର ଅଧିକାରୀଙ୍କ ପକ୍ଷରୁ ମିଳିତ ଭାବେ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ଚାଷୀମାନଙ୍କୁ ଭେଟିଥିଲେ। ଏପରିକି କ୍ଷୟକ୍ଷତି ହୋଇଥିବା ଚାଷର କ୍ଷତିପୂରଣ ଖୁବଶିଘ୍ର ଅର୍ଥାତ୍ ଅକ୍ଟୋବର ମାସରେ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ। ତାହାସହ ଚାନ୍ଦବାଲି ତହସିଲଦାରଙ୍କ ଦପ୍ତରରୁ ଗତ ଅକ୍ଟୋବର ମାସ ୨୫ତାରିଖରେ ଚିଠି ସଂଖ୍ୟା ୧ରେ ପ୍ରକାଶିତ କ୍ଷତିଗ୍ରସ୍ତ ଚାଷୀମାନେ ନିଜର ଚାଷଜମିର ପରିମାଣ, ବ୍ୟାଙ୍କ ବହିର ନକଲ, ପରିଚୟପତ୍ର ଅକ୍ଟୋବର ୨୭ରୁ ନଭେମ୍ବର ୧୫ତାରିଖ ମଧ୍ୟରେ ଆରଡି ରାଜସ୍ୱ ଅଧିକାରୀଙ୍କ ପାଖରେ ଦାଖଲ କରିବା ପାଇଁ ନଟକା ଜାରି ହୋଇଥିଲା। ଏପରିକି କ୍ଷତିଗ୍ରସ୍ତ ଚାଷୀମାନେ ନିର୍ଦ୍ଧାରିତ ସମୟର ମଧ୍ୟରେ ତାଙ୍କର କ୍ଷୟକ୍ଷତିର ଦସ୍ତାବିଜ ଦେବା ପରେ ସହାୟତାରାଶି ୨.୬୯କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏପରିକି ଏହି ଅଂଚଳ ଧୋୟା ଅଂଚଳ ହୋଇଥିବାରୁ ସମସ୍ତ କ୍ଷତିର ସହାୟତା ମିଳିବ ବୋଲି ଅଧିକାରୀ ପ୍ରକାଶ କରିଥିଲେ। ବନ୍ୟାରେ ଚାଷଜମିରେ ୩୩ପ୍ରତିଶତ କ୍ଷତି ହୋଇଥିବା ଜିଲାପ୍ରଶାସନ ଘୋଷଣା କରିବା ସହ ସହାୟତା ରାଶି ନିମନ୍ତେ ଚାଷୀମାନଙ୍କର ପଞ୍ଜିକୃତ କରିଥିଲା। ହେଲେ ପୁଣି ଏବେ ୩୩ପ୍ରତିଶତରୁ କମ କ୍ଷତି ହୋଇଥିବା ଦର୍ଶାଇ ଚାଷୀଙ୍କ ପେଟକୁ ନାତ ମାରିଛି ବିଜେପି ସରକାର ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ମାନେ। ହେଲେ ସହାୟତା ବିଳମ୍ବକୁ ନେଇ ଜିଲା ପ୍ରଶାସନ ଓ କୃଷି ବିଭାଗର ଉଚ୍ଚପ୍ରଦାଧିକାରୀ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଯଦି ଆସନ୍ତା ୫ଦିନ ମଧ୍ୟରେ ସହାୟତା ରାଶି ନମିଳେ ଆନ୍ଦୋଳନକୁ ଜୋରଦାର କରାଯିବା ସହ ଅଖଚକ ବନ୍ଦ କରିବେ ବୋଲି ଚେତାବନୀ ଦେଇଛି ବିଜେଡି। ବିଜେଡିର ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ଚାଷ ପ୍ରାରମ୍ଭରୁ ବନ୍ୟାରେ ଗଜା ଓ ବିହନ ହୋଇଯିବା ପରେ ଚାଷୀ ୨ଗୁଣାରେ ପଡୋଶୀ ଜିଲାରୁ ବିହନ ଓ ଧାନତଳି କିଣି ଚାଷ କରିବା ପରେ ଭଲ ଫସଲ ହୋଇଥିଲା। ହେଲେ ବିଜେପି ସରକାର ଚାଷୀମାନଙ୍କର ସହାୟତା ଟଙ୍କାକୁ ହଡ଼ପ କରିବା ସହ ଧୋୟା ସହାୟତା(ଇନପୁଟ) ନଦେଇ ଟଙ୍କା ଫେରାଇ ନେବାକୁ ବସିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande