
ଜୟପୁର, ୧୬ ମାର୍ଚ୍ଚ (ହି.ସ.)- ଦିନକୁ ଦିନ ବାଉଁଶ ଗଛ ମଧ୍ୟ ଗାଁ ଗହଳିରୁ କମିଲାଣି । ଯେଉଁଠି କିଛି କିଛି ମିଳୁଛି ତାକୁ ମଧ୍ୟ ଅଧିକ ଦାମରେ କିଣିବାକୁ ପଡୁଛି । ତେଣୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ । ପୂର୍ବରୁ ଅଳ୍ପ ରୋଜଗାର ହେଉଥିଲେ ମଧ୍ୟ ପରିବାର ପ୍ରତିପୋଷଣର ଏହା ଏକ ମାଧ୍ୟମ ଥିଲା । ହେଲେ ଏବେ ଏହାକୁ ମାଧ୍ୟମ କରି ପରିବାର ଚଳାଇବା ବେଶ କଷ୍ଟକର ହେଉଥିବା କହିଛନ୍ତି କାରିଗର l ଏଭଳି ପରିସ୍ଥିତି ରେ ଅଣ୍ଟା ଭିଡିଛି ସ୍ଵେଛାସେବୀ ଅନୁଷ୍ଠାନ ସ୍ପ୍ରେଡ଼ l ଅନୁଷ୍ଠାନ ପକ୍ଷରୁ ଆଜି ବୈପାରୀଗୁଡା ବ୍ଲକ ରାମଗିରି ବନାଞ୍ଚଳ ଅନ୍ତର୍ଗତ ଖଜୁରୀପଦର ଠାରେ ବାଉଁଶ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଉଁଶ ଚାଷୀ ଏବଂ ବିଭିନ୍ନ ଗ୍ରାମାଞ୍ଚଳ ଲୋକେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ବାଉଁଶର ଚାହିଦା ଏବଂ ବଜାରୀକରଣ ସହ ଆଧୁନିକ କୌଶଳ ଅଵଲମ୍ବନ କିପରି କରାଯାଇପାରିବ ସେ ନେଇ ଆଲୋକପାତ କରାଯାଇଛି l
ସ୍ପ୍ରେଡ଼ ଅନୁଷ୍ଠାନ ଅଦକ୍ଷ ବିଦ୍ୟୁତ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡ଼ାଇରେକ୍ଟର ଓଡିଶା ବାମ୍ବୁ ଡେଭଲପମେଣ୍ଟ ମିଶନ କାର୍ତ୍ତିକ ଭି ଯୋଗ ଦେଇଥିବା ବେଳେ ଅନ୍ୟନ୍ୟ ଅତିଥିଭାବେ ମାଲକାନଗିରି ଏସିଏଫ ମନସୁନ ଖେମୁଡୁ, ଜୟପୁର ଏସିଏଫ ପ୍ରଶନ୍ନ କୁମାର ମିଶ୍ର, ଗୁପ୍ତେଶ୍ୱର ରେଞ୍ଜେର ଛବି ରନ୍ଧାରୀ, ପଂଚାୟତ ସମିତି ଅଦକ୍ଷ ପ୍ରଶାନ୍ତ ଗୁପ୍ତା, ଜିଲ୍ଲାପରିଷଦ ସଭ୍ୟ ରାଜେଶ ମହୁରିଆ ଓ ସଭ୍ୟା ମଣି ଜାନି, ରାମଗିରି ସରପଞ୍ଚ କୁମନ ମୁଦୁଲି, ଦଣ୍ଡାବାଡ଼ି ସରପଞ୍ଚ ଚେଣ୍ଡିଆ ଖିଲ ପ୍ରମୁଖ ଉପସ୍ଥିତ ଥିଲେ। ରାମଗିରି ଏବଂ ଦଣ୍ଡାବାଡ଼ି ପଂଚାୟତର ଶତାଧିକ ଗ୍ରାମବାସୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ସ୍ପ୍ରେଡ଼ ଅନୁଷ୍ଠାନର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି