ଅଜଣା ଆକାଉଣ୍ଟରୁ ପଇସା ଆସିବାରୁ ବ୍ୟାଙ୍କ ଖାତା ଅଚଳ ଅଭିଯୋଗ
କେନ୍ଦ୍ରାପଡା, ୧୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ନଳପାରୀ ଗ୍ରାମର ପ୍ରଭାତ ମଲିକଙ୍କ ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟ ଖାତାକୁ ଏକ ଅଜଣା ଆକାଉଣ୍ଟରୁ ୩୮୯୭ ଟଙ୍କା ଆସିବାରୁ ବ୍ୟାଙ୍କ କର୍ତୁପକ୍ଷ ପ୍ରଭାତଙ୍କ ବ୍ୟାଙ୍କ ଖାତାକୁ ଅଚଳ କରିଥିବା ନେଇ ସାଇବର ଥାନାରେ ଅଭିଯ
ଅଜଣା ଆକାଉଣ୍ଟରୁ ପଇସା ଆସିବାରୁ ବ୍ୟାଙ୍କ ଖାତା ଅଚଳ ଅଭିଯୋଗ


କେନ୍ଦ୍ରାପଡା, ୧୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ନଳପାରୀ ଗ୍ରାମର ପ୍ରଭାତ ମଲିକଙ୍କ ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟ ଖାତାକୁ ଏକ ଅଜଣା ଆକାଉଣ୍ଟରୁ ୩୮୯୭ ଟଙ୍କା ଆସିବାରୁ ବ୍ୟାଙ୍କ କର୍ତୁପକ୍ଷ ପ୍ରଭାତଙ୍କ ବ୍ୟାଙ୍କ ଖାତାକୁ ଅଚଳ କରିଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗରୁ ପ୍ରକାଶ ଯେ, ପ୍ରଭାତଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାକୁ ଗତ ଫେବୃଆରୀ ୯ ତାରିଖ ୧୯୫୦ ଟଙ୍କା ଓ ୧୬.୧୧.୨୫ ରେ ୧୯୪୭ ଟଙ୍କା ଆସିଥିବା ଜାଣିବା ପରେ ବ୍ୟାଙ୍କ କର୍ତୁପକ୍ଷ ପ୍ରଭାତଙ୍କ ବ୍ୟାଙ୍କ ଖାତାକୁ ଅଚଳ କରି ଦେଇଛନ୍ତି। ପ୍ରଭାତ ଜଣେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ଏ ବିଷୟରେ ତାଙ୍କର କୈାଣସି ଅଭିଜ୍ଞତା ନଥିବାରୁ ସେ ବ୍ୟାଙ୍କ ଖାତା ଅଚଳ ହେବାର ଜାଣିପାରି ନଥିଲେ । ବ୍ୟାଙ୍କ କର୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବାର ବ୍ୟାଙ୍କ କର୍ତୁପକ୍ଷ ତାଙ୍କୁ ତମ ବ୍ୟାଙ୍କ ଖାତାକୁ ଅଜଣା ଟଙ୍କା ଆସିଥିବାର ପ୍ରକାଶ କରିଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ତାଙ୍କ ବ୍ୟାଙ୍କ ଖାତାକୁ ପୁନଃ ଚାଲୁ କରିବା ପାଇଁ ସେ ସାଇବର ଥାନାରେ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande