
ଜୟପୁର, ୧୬ ମାର୍ଚ୍ଚ (ହି.ସ.)- ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା ଶାଖା) ଓ ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର ବ୍ୟୁରୋ ମୁଖ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ଡଃ. ମନୋରଞ୍ଜନ ପ୍ରଧାନ ଉଦଘାଟନ କରିଥିବା ବେଳେ କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ରକ୍ତ ସଂଗ୍ରହକାରୀ ଦଳଙ୍କ ତତ୍ବାବଧାନରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସୁଶୀଲ ଶବର, ବି. ଗଙ୍ଗାଧର, ଅଜିତ୍ କୁମାର ଗୈ।ଡ, ରବିନ୍ଦ୍ର କୁମାର ମିଶ୍ରଙ୍କ ସମେତ ସମାଜସେବୀ ପ୍ରମୋଦ ରାଉଳ, ନିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମ ଥର ପାଇଁ ରକ୍ତଦାନ କରୁଥିବା ଯୁବ ସ୍ବେଚ୍ଛାସେବୀ ମାନଙ୍କ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା। କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୁକାନ୍ତି ସ ଓ ଲୋକେଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଶିକ୍ଷକ ଶିକ୍ଷା ବିଭାଗର ମୁଖ୍ୟ ଡଃ. ମନୋରଞ୍ଜନ ପ୍ରଧାନଙ୍କ ମାର୍ଗଦର୍ଶନ ତଥା ସହକାରୀ ପ୍ରଫେସର ଡଃ. ନରେନ୍ଦ୍ର କୁମାର ମହାରଣା, ଶ୍ରୀମତି କସ୍ତୁରୀ ଆଚାର୍ଯ୍ୟ, ସୁଶ୍ରୀ ଅନୀତା ପଟ୍ଟନାୟକ, ଶ୍ରୀମତି ଅନୁପମା ମିଶ୍ର, ସୁଶ୍ରୀ ପରିଚିତା ମହାପାତ୍ର, ଅଧ୍ୟାପକ ୟପ୍ରତ୍ ପାଣ୍ଡେ, ଅଭୟ ପରିଡ଼ା, ଅନ୍ତର୍ଯ୍ୟାମୀ ମହଲା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, କାର୍ଯ୍ୟକ୍ରମ ସଂଯୋଜକ ଡଃ. ପ୍ରଧାନ, କାର୍ଯ୍ୟକ୍ରମ ଅଧିକାରୀ ଲୋକେଶ ପ୍ରଧାନ, ସହକାରୀ ପ୍ରଫେସର ପରିଚିତା ମହାପାତ୍ର, ଅନୁପମା ମିଶ୍ର, ୟପ୍ରତ୍ ପାଣ୍ଡେ, ଡଃ. ସ୍ମିଥ୍ ଶତପଥୀ ପ୍ରମୁଖ ରକ୍ତଦାନ କରି ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଯେ, ରକ୍ତଦାନ ଅଭିପ୍ରେରକ ଡଃ. ନରେଶ ଚନ୍ଦ୍ର ସାହୁ ପୂର୍ବଦିନ ସ୍ବେଛାସେବୀ ମାନଙ୍କୁ ଆଭାସୀ ମାଧ୍ୟମରେ ପ୍ରେରିତ କରିଥିଲେ। ଏନ୍ ଏସ୍ ଏସ୍ ଓ ଶିକ୍ଷକ ଶିକ୍ଷା ବିଭାଗର ଏହି ମହତ୍ କାର୍ଯ୍ୟକୁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରଶଂସା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି