
ବଲାଙ୍ଗୀର,୧୬ ମାର୍ଚ୍ଚ(ହି.ସ.) – କେନ୍ଦ୍ର ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅନ୍ତର୍ଗତ ୨୦୨୫-୨୬ ଶିକ୍ଷା ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ୧୪ଗୋଟି ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ ର ପରୀକ୍ଷା କେନ୍ଦ୍ର ରେ ୧୫ବର୍ଷ ରୁ ଅଧିକ ବୟସ ର ୧୬୫୮୧ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଜିଲ୍ଲା ଓ ବ୍ଲକ ସ୍ତରରେ ଏହି ପରୀକ୍ଷା କୁ ତଦାରଖ କରିବା ନିମନ୍ତେ ସ୍ୱତନ୍ତ୍ର ମନିଟରିଂ ଦଳ ନିୟୋଜିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇଙ୍କ ସମେତ ୧୪ଗୋଟି ବ୍ଲକର ବିଇଓ, ଏବିଇଓ, ସିଆରସିସି ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ