
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଆକାଡେମୀ ସଦସ୍ୟ ଇଂ ଅଭୟ ସୂତାରଙ୍କ ପୌରହିତ୍ୟରେ ସମାଜସେବୀ ଶୁଭ୍ରକାନ୍ତି ଦାଶ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। “ଯୁବ ସମାଜ ଶାସ୍ତ୍ରାନୁରାଗି ନୁହଁନ୍ତି କାହିଁକି?” ଶୀର୍ଷକ ଆଲୋଚନାରେ ମୁଖ୍ୟଅତିଥି ଶିକ୍ଷାବିତ୍ ଅଜୟ କୁମାର କର, ମୁଖ୍ୟବକ୍ତା ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର କର, ସମ୍ମାନନୀୟ ବକ୍ତା ବାବାମଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀହାର ରଞ୍ଜନ କର, ବିଶେଷ ଅତିଥି ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଇଂ ରବିନ୍ଦ୍ର କୁମାର ଜେନା ଓ ନାଟ୍ୟକାର ଏବଂ ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଶିକ୍ଷାବିତ୍ ଜଗନ୍ନାଥ ନାୟକ ପ୍ରମୁଖ ଯୁବ ସମାଜ ଏକ ସୁସ୍ଥ ସମାଜ ପାଇଁ ଅସ୍ତ୍ର, ଶସ୍ତ୍ର ଓ ଶାସ୍ତ୍ର ନିପୁଣ ହେବା ନିହାତି ଆବଶ୍ୟକ ଏବଂ ଅଳସୁଆମୀ, ଅମାନିଆ ଭାବ, ବିଶୃଙ୍ଖଳ ଚିନ୍ତା ତ୍ୟାଗ କରି ଶୃଙ୍ଖଳିତ କଠିନ ପରିଶ୍ରମୀ ଓ ଜ୍ଞାନ ଭକ୍ତିରେ ଲୀନ ହୋଇ ରହିବା ନିହାତି ଆବଶ୍ୟକ ବୋଲି ମତପୋଷଣ କରିଥିଲେ। ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା ଓ ସାବିତ୍ରୀ ବାନାର୍ଜୀଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ଦୟାନିଧି ବେହେରା, ଉମେଶ ଚନ୍ଦ୍ର ମହାପାତ୍ର, ହରିଶ ଚନ୍ଦ୍ର ଦାସ, ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ, ସରୋଜିନୀ ନାୟକ, ଅଧିବକ୍ତା ବୀଣାପାଣି ତ୍ରିପାଠୀ, ସାବିତ୍ରୀ ସେଠୀ, ସମାଜସେବୀ ବାବୁଲାଲ ଦାସ, ନାରାୟଣ ଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର କାଳନ୍ଦୀ ମଲ୍ଲିକ, ଅରୂପାନନ୍ଦ ନାୟକ, ମହେଶ୍ୱର ସାହୁ, ଅଧ୍ୟକ୍ଷ ଡ. ଅବନୀ କୁମାର ପ୍ରଧାନ, ଶଶାଙ୍କ ଶେଖର ପଣ୍ଡା, ଶିଶୁ କବି ଅଂଶୁମାନ ସ୍ୱାଇଁ, ବସନ୍ତ କୁମାର ମହାନ୍ତି, ସନ୍ତୋଷ କୁମାର ମିଶ୍ର, ସୁରେଶ କୁମାର ସାହୁ, କୈଳାସ ଦାସ, ନିରଞ୍ଜନ ନାୟକ, ଶ୍ରେୟାଂଶୁ ସାହୁ, ଲୀଳାବତି ସାହୁ, ଜ୍ୟୋତିପ୍ରଭା ସାହୁ, ଅଧିବକ୍ତା ମନୋରଞ୍ଜନ ଦାସ, ହେମନ୍ତ ରାଉତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ସମ୍ପାଦକୀୟ ପାଠ ଓ ଭଜନ ପରିବେଷଣ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆହ୍ୱାନ ଓ ଅତିଥି ପରିଚୟ, ସହ ସମ୍ପାଦିକା ମମତାରାଣୀ ଦାଶମିଶ୍ର ମଂଚ ପରିଚାଳନା ଓ ଶେଷରେ ଶିକ୍ଷାବିତ୍ ସତ୍ୟପ୍ରକାଶ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ