
ବଲାଙ୍ଗୀର,୧୬ ମାର୍ଚ୍ଚ(ହି.ସ.) – ଗୁଡଭେଲା ବ୍ଲକର ୮୧ଟି ପରୀକ୍ଷା କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ନବଭାରତ ସାକ୍ଷରତା ଅଭିଯାନ 'ଉଲ୍ଲାସ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୪୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୮୧୯ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ବିଇଓ ନମିତା ରାଣୀ ଭୋଇ, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ଏବଂ ସିଆରସିସି ପ୍ରହଲ୍ଲାଦ ଦଣ୍ଡସେନା, ଜଗମୋହନ ତ୍ରିପାଠୀ, ଷଡାନନ ପ୍ରଧାନୀ, କାର୍ତିକ ହରପାଲ, ପୂର୍ଣ୍ଣ ଚନ୍ଦ୍ର ଭୋଇ, ସୁଧାଂଶୁ ପୁଟା, ଟଙ୍କଧର ସା, ରମେଶ ଚନ୍ଦ୍ର ଭୋଇ ତଥା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ