

ସୁବର୍ଣ୍ଣପୁର,୧୬ ମାର୍ଚ୍ଚ(ହି.ସ.) – ପିଏମ୍ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ସୋନପୁରର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ, ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହାଙ୍କ ସଭାପତିତ୍ୱ ରେ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ସମୟାନୁବର୍ତିତା ଓ ଗୁଣାତ୍ମକ ଶିକ୍ଷା ଉପରେ ବକ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଜାତୀୟ ଶିକ୍ଷାନୀତି ୨୦୨୦ର ନୂତନ ଶିକ୍ଷା ପଦ୍ଧତି ଉପରେ ମାର୍ଗଦର୍ଶନ ରଖି ଶିକ୍ଷା, କ୍ରୀଡ଼ା, କଳା ସଂସ୍କୃତି ସବୁ କ୍ଷେତ୍ରରେ ସଫଳତା ହେବାସହ ଆମ ସମାଜ ପାଇଁ ଭଲ ମଣିଷଟିଏ ହୋଇ ନିଜକୁ ଗଢି ତୋଳିବାକୁ ପରାମର୍ଶ କରିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ବାଘ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡା, ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ, ଆୟୋଜକ ଶ୍ରୀମତୀ ଜୋଲିତା ମିଶ୍ର ଯୋଗଦେଇଥିଲେ। ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଦ୍ୟାଳୟ ସ୍ତରରେ, ଜିଲ୍ଲା ସ୍ତରରୁ ମନୋନୀତ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ସମସ୍ତ କୃତୀ ଛାତ୍ରଙ୍କୁ ପୁରସ୍କୃତ କରା ଯାଇଥିଲା। ୨୦୨୪/୨୫ ହାଇସ୍କୁଲ ଟପ୍ପର ଛାତ୍ର ତ୍ରିଲୋଚନ ସାହୁ, ଶ୍ରେଷ୍ଠ ଛାତ୍ର ଭାବେ ଆଦିତ୍ୟ ବେହେରା, ବେଷ୍ଟ ଏକାଡେମୀ ଭାବେ ସୋରିଓ ସାହୁ, କୋ କୋରିକୁଲାର କ୍ଷେତ୍ରରେ ହରି ହର ଡାକୁଆ, ଶ୍ରେଷ୍ଠ କ୍ରୀଡ଼ାବିଦ୍ ଭାବେ ଶାଶ୍ୱତ କୁମାର ସାହୁଙ୍କୁ ପୁରସ୍କୃତ କରା ଯାଇଥିଲା। ଅନୁଲିତା ମିଶ୍ର, ଜୟନ୍ତୀ କୁମାରୀ ମେହେର, ସସ୍ମିତା ପାତ୍ର, ମମତା ମାଧୁରୀ ପଣ୍ଡା, ଦମୟନ୍ତୀ ଜଗଦଲା, ଗାୟତ୍ରୀ ସାହୁ, ତୃପ୍ତିକା ତ୍ରିପାଠୀ, ସୁଶ୍ରୀ ମିଶ୍ର, ଜ୍ୟୋତିର୍ମୟୀ ମିଶ୍ର, ସୁଭଦ୍ରା ହର, ବିନୋଦିନୀ ମହାପାତ୍ର, ସୀମା ମହାପାତ୍ର, ପୁଷ୍ପାଞ୍ଜଳି ମହାଲିକ, ସୁଜାତା ସାହୁ, ଶୁଭଶ୍ରୀ ପ୍ରଧାନ, ନରେନ୍ଦ୍ର କୁମାର ଚାନ୍ଦ, ଅଜୟ କୁମାର ବେହେରା, ଜଗ ମୋହନ ସେନାପତି, ଶିବାଶିଷ ମିଶ୍ର ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଛାତ୍ର, କର୍ମଚାରୀଙ୍କ ସହୋଯାଗ ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ