
କେନ୍ଦ୍ରାପଡ଼ା,୧୬ ମାର୍ଚ୍ଚ(ହି.ସ.) – ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ଓ କାର୍ୟ୍ୟକାରୀ ସମାଧାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମ ପଂଚାୟତ ସ୍ତରରେ ଅଭିଯୋଗ ଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହି ଶୁଣାଣୀ କାର୍ଯ୍ୟକ୍ରମ ୧୮.୦୩.୨୦୨୬ ଓ ୨୫.୦୩.୨୦୨୬ ତାରିଖରେ ଜିଲ୍ଲାର ବିଭିନ୍ନ ବ୍ଲକର ନିର୍ଦ୍ଦିଷ୍ଟ ଗ୍ରାମ ପଂଚାୟତରେ ଅନୁଷ୍ଠିତ ହେବ।୧୮.୦୩.୨୦୨୬ ତାରିଖରେ ଆଳି ବ୍ଲକର ସାନସିଧା, ରାଜନଗର ବ୍ଲକର ବାଘମାରି, ରାଜକନିକା ବ୍ଲକର କଟାନବାନିଆ, ପଟ୍ଟାମୁଣ୍ଡାଇ ବ୍ଲକର ସଞ୍ଜରିଆ, ମହାକାଳପଡା ବ୍ଲକର ଖରିନାସି, ମାର୍ଶାଘାଇ ବ୍ଲକର ଡୁମୁକା, ଗରଦପୁର ବ୍ଲକର ବଙ୍ଗାଳପୁର, ଡେରାବିଶ ବ୍ଲକର ବାସପୁର ଓ କେନ୍ଦ୍ରାପଡା ବ୍ଲକର ଘାଗରା ଗ୍ରାମ ପଂଚାୟତରେ ଶୁଣାଣି ଅନୁଷ୍ଠିତ ହେବ। ସେହିପରି ୨୫.୦୩.୨୦୨୬ ତାରିଖରେ ଆଳି ବ୍ଲକର ଡିମିରିପାଳ, ରାଜନଗର ବ୍ଲକର କେରୁଆପାଳ, ରାଜକନିକା ବ୍ଲକର ଚରପଡା, ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର, ମହାକାଳପଡା ବ୍ଲକର ଜଦୁପୁର, ମାର୍ଶାଘାଇ ବ୍ଲକର ଜମାପାରା, ଗରଦପୁର ବ୍ଲକର ତ୍ୟେନ୍ଦାକୁଡା, ଡେରାବିଶ ବ୍ଲକର ବେନିପୁର ଓ କେନ୍ଦ୍ରାପଡା ବ୍ଲକର ଆଏବା ଗ୍ରାମ ପଂଚାୟତରେ ଏହି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଏହି ଶୁଣାଣି ଶିବିରରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣି ତତକ୍ଷାଣ ସମାଧାନ ପାଇଁ ପଦକ୍ଷେପ ନେବେ। ଏହି ଅବସରରେ ସମ୍ପୃକ୍ତ ଗ୍ରାମ ପଂଚାୟତର ଲୋକମାନଙ୍କୁ ନିଜ ଅଭିଯୋଗ ସହ ଉପସ୍ଥିତ ହୋଇ ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି