
ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ନବୀନଙ୍କ ଆପରାଧିକ ମନ୍ତବ୍ୟ ଉପରେ ଜବାବରେ କଡା କାଉଂଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ସେ କହିଛନ୍ତି ଅନ୍ୟକୁ ଅପରାଧୀ କହୁଥିବା ନବୀନ ନିଜ ବିଷୟରେ ସ୍ପଷ୍ଟୀକରଣ ଦିଅନ୍ତୁ। ନବୀନ ତାଙ୍କ ଉପରେ ହୋଇଥିବା ସିବିଆଇ ତଦନ୍ତ ଉପରେ ସ୍ପଷ୍ଟୀକରଣ ରଖିବାକୁ ପ୍ରଭାତ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ନବୀନଙ୍କୁ କିଛି ଖୋସାମତିଆ ଘେରି ରହିଛନ୍ତି। ନବୀନ ନିଜକୁ ନବଦଳାଇଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ। ରାଜ୍ୟସଭା ନିର୍ବାଚନ କେବଳ ଏକ ଟ୍ରେଲର। ଭବିଷ୍ୟତରେ ଦରକାର ପଡ଼ିଲେ ନୂଆ ଦଳ ହେବ। ନବୀନ କେବଳ ଜଣେ କମ୍ପ୍ରମାଇଜ୍ଡ କ୍ୟାଣ୍ଡିଡେଟ୍।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା