ଟିଟିଲାଗଡ଼ରେ ନୂତନ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ନିରଞ୍ଜନ ବିଶି
ବଲାଙ୍ଗିର, ୧୬ ମାର୍ଚ୍ଚ (ହି.ସ.)- ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ଏକ ନୂତନ ସୈନିକ ସ୍କୁଲ୍ ସ୍ଥାପନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଲୋକହିତ ମୁଦ୍ଦା ଉଠାଇଛନ୍ତି। ସାଂସଦ ଶ୍ରୀ ବିଶି କହିଥିଲେ ଯେ, ବଲାଙ୍ଗୀର ଜିଲ୍ଲାରେ ଏକ ନୂତନ ସୈନିକ ସ୍କୁଲ୍ ସ୍ଥାପନ ଅତ୍ୟନ୍ତ ଆ
ଟିଟିଲାଗଡ଼ରେ ନୂତନ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ନିରଞ୍ଜନ ବିଶି


ଟିଟିଲାଗଡ଼ରେ ନୂତନ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ନିରଞ୍ଜନ ବିଶି


ଟିଟିଲାଗଡ଼ରେ ନୂତନ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ନିରଞ୍ଜନ ବିଶି


ବଲାଙ୍ଗିର, ୧୬ ମାର୍ଚ୍ଚ (ହି.ସ.)- ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ଏକ ନୂତନ ସୈନିକ ସ୍କୁଲ୍ ସ୍ଥାପନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଲୋକହିତ ମୁଦ୍ଦା ଉଠାଇଛନ୍ତି। ସାଂସଦ ଶ୍ରୀ ବିଶି କହିଥିଲେ ଯେ, ବଲାଙ୍ଗୀର ଜିଲ୍ଲାରେ ଏକ ନୂତନ ସୈନିକ ସ୍କୁଲ୍ ସ୍ଥାପନ ଅତ୍ୟନ୍ତ ଆବଶ୍ୟକ। ବର୍ତ୍ତମାନ ଭାରତରେ କେବଳ ୩୩ଟି ସୈନିକ ସ୍କୁଲ୍ ଓ ଓଡ଼ିଶାରେ କେବଳ ଭୁବନେଶ୍ୱର ଓ ସମ୍ବଲପୁରରେ ଦୁଇଟି ସୈନିକ ସ୍କୁଲ୍ ଚାଲିଛି l

ସାଂସଦ ଶ୍ରୀ ବିଶି କହିଥିଲେ ଯେ, କେନ୍ଦ୍ର ସରକାର ଦେଶରେ ଅତିରିକ୍ତ ୧୦୦ଟି ସୈନିକ ସ୍କୁଲ୍ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସୈନିକ ସ୍କୁଲ୍ଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ, ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ କରି ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଇଣ୍ଡିଆନ ନେଭାଲ ଏକାଡେମୀ ସହିତ ଅନ୍ୟାନ୍ୟ ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥାନରେ ପ୍ରବେଶ ପାଇଁ ସକ୍ଷମ କରିବା।

ସାଂସଦ ଶ୍ରୀ ବିଶି ସରକାରଙ୍କୁ ଅବଗତ କରାଇଥିଲେ ଯେ, ଗୃହମନ୍ତ୍ରଣାଳୟ ୧୧ ଡିସେମ୍ବର ୨୦୧୫ରେ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ବଲାଙ୍ଗିର ଜ଼ିଲ୍ଲା ସହିତ ୧୮ଟି ମାଓ ପ୍ରଭାବିତ ଜିଲ୍ଲାରେ ନୂତନ ସୈନିକ ସ୍କୁଲ୍ ଖୋଲିବାକୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ l

ପରବର୍ତ୍ତୀକାଳରେ ଓଡ଼ିଶା ସରକାରଙ୍କ ଶିକ୍ଷା ଏବଂ ଗଣ ଶିକ୍ଷା ବିଭାଗ ୫ ଜାନୁଆରୀ ୨୦୧୬ରେ ବଲାଙ୍ଗୀର ସହିତ କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡା, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ,ଦେବଗଡ଼,ଫୁଲବାଣୀ ଜିଲ୍ଲାପାଳ ମାନଙ୍କୁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଏହି ନିର୍ଦ୍ଦେଶ ଅନୁସାରେ ୧୮ ଅଗଷ୍ଟ ୨୦୨୦ରେ ବଲାଙ୍ଗୀରର ତତ୍କାଳୀନ ଜିଲ୍ଲାପାଳ ଟିଟିଲାଗଡ଼ ନିକଟସ୍ଥ ମନିଗାଁ ମୌଜାରେ ୪୯ ଏକର ସରକାରୀ ଜମି ଚିହ୍ନଟ କରି ସୈନିକ ସ୍କୁଲ୍ ପ୍ରତିଷ୍ଠା ପାଇଁ ଫିଜିବିଲିଟି ରିପୋର୍ଟ ଓଡିଶା ସରକାର ଙ୍କ ଶିକ୍ଷା ବିଭାଗକୁ ପଠାଇଥିଲେ l

ଶେଷରେ ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସରକାରଙ୍କୁ ଅତିଶୀଘ୍ର ଟିଟିଲାଗଡ଼ରେ ନୂତନ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande