
ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନରେ ଭୋଟିଂ ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଉପାସନା ଭୋଟ ଦେବା ବେଳେ ଭୁଲ କରିଛନ୍ତି । କିନ୍ତୁ ପୋଲିଂ ଅଫିସର ଉପସନାଙ୍କ ଭୋଟକୁ ବେଆଇନ ଭାବେ ଗ୍ରହଣ କରିଛନ୍ତି । ବେଆଇନ୍ ଭାବେ ତାଙ୍କୁ ଦ୍ୱିତୀୟ ବାଲଟ ପେପର ପ୍ରଦାନ କରିଛନ୍ତି । ଏହାଦ୍ୱାରା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ଧ୍ୱଂସ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ନବୀନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା