
ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ଓଡ଼ିଶାରେ ୪ ଟି ରାଜ୍ୟସଭା ଆସନ ପାଇଁ ଭୋଟିଂ ଶେଷ ହୋଇଥିବା ବେଳେ ଦଳ ବିରୋଧରେ ଯାଇ କ୍ରସ ଭୋଟିଂ କରିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। କ୍ରସ୍ ଭୋଟିଂ କରିଥିବା ସ୍ୱୀକାର କରି ଦେବୀ ରଂଜନ କହିଛନ୍ତି ସେ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି। ବିବେକାନୁମୋଦିତ ଭାବେ ଭୋଟ୍ ଦେଇଛି। ଦିଲ୍ଲୀପ ବାବୁ ବିଜୁ ଲିଗାସିର ଜଣେ ପ୍ରମୁଖ ସଦସ୍ୟ। ବିଜୁ ବାବୁଙ୍କ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ, ସେଥିପାଇଁ ତାଙ୍କୁ ଭୋଟ୍ ଦେଲି। ନେତାଙ୍କ ନିଦ ଭାଙ୍ଗିବାକୁ ମୋର ଭୋଟ୍ ଦେଇଛି। ଯେତେବେଳେ ହଜାର ହଜାର କର୍ମୀଙ୍କ କଥା ଦଳର ନେତା ଶୁଣନ୍ତିନି ଏମିତି ହୁଏ। ହଜାର ହଜାର କର୍ମୀଙ୍କ ସ୍ୱର ହୋଇ ମତ ଦେଇଛି। ସେହିପରି କ୍ରସ ଭୋଟିଂ କଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସେ କହିଛନ୍ତି ଯେ
ସତ ପଥରେ ଚାଲିଲେ କାର୍ଯ୍ୟାନୁଷ୍ଠାନର ଭୟ ନଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା