କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କର କ୍ରିମିନାଲ ରେକର୍ଡ ଅଛି - ନବୀନ
ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସନ୍ତୋଷ ଝାଡିଛନ୍ତି। କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କର କ୍ରିମିନାଲ ରେକର୍ଡ ଅଛି ବୋଲି କହିବା ସହ ସେମାନଙ୍କ ବାପା ଜେଲରେ ରହିଥିବା ମଧ୍ୟ କହିଛନ୍ତି ନବୀନ। ନବୀନଙ୍କ ଏହି ବୟାନ ବିଶେ
Naveen Patnaik (File Photo)


ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସନ୍ତୋଷ ଝାଡିଛନ୍ତି। କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କର କ୍ରିମିନାଲ ରେକର୍ଡ ଅଛି ବୋଲି କହିବା ସହ ସେମାନଙ୍କ ବାପା ଜେଲରେ ରହିଥିବା ମଧ୍ୟ କହିଛନ୍ତି ନବୀନ। ନବୀନଙ୍କ ଏହି ବୟାନ ବିଶେଷ କରି ଦେବୀ ତ୍ରିପାଠୀ ଓ ସୌଭିକ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଥିବା ସ୍ପଷ୍ଟ ଜଣାପଡ଼ୁଛି।

ନବୀନ ପଟ୍ଟନାୟକ କହିଛନ୍ତି ଯେ, ଯେଉଁମାନେ ଆଜି କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ୍ ରେକର୍ଡ ରହିଛି। ଏମିତିକି ସେମାନଙ୍କର ବାପାମାନେ ମଧ୍ୟ ଜେଲ୍ ରେ ରହିଛନ୍ତି। ସେହିପରି ବିଜେପିକୁ ଟାର୍ଗେଟ୍ କରି ନବୀନ କହିଛନ୍ତି ବିଜେପି ‘ଘୋଡ଼ା ବେପାର’ ବା ହର୍ସ ଟ୍ରେଡିଂ କରୁଛି ବୋଲି ପୂର୍ବରୁ କହିଆସୁଥିଲି, ଯାହା ଆଜି ପ୍ରମାଣିତ ହୋଇଛି। ବିରୋଧୀ ଦଳର ବିଧାୟକଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପି ଅସାଧୁ ଉପାୟ ଅବଲମ୍ବନ କରିଛି ବୋଲି ନବୀନ ଅଭିଯୋଗ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande