
ଜୟପୁର, ୧୬ ମାର୍ଚ୍ଚ (ହି.ସ.)- ତରଗେଇ ଶ୍ରୀ ରାମ ମନ୍ଦିର ସତସଙ୍ଗ ଗୃହ ନିକଟରେ ଦୀପ ଯଜ୍ଞ କରିବା ଉଦ୍ଦେଶ୍ୟରେ ଏକ ଆଲୋଚନା ସଭା ଆୟୋଜିତ ହୋଇଥିଲା ଯାହାର ମୁଖ୍ୟ ଲକ୍ଷ୍ୟ ପରମ ପୂଜ୍ୟ ଗୁରୁଦେବ ବେଦ ମୂର୍ତ୍ତି ତୋପନିଷ୍ଟ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ସଂକଳ୍ପ ମାନବ ମଧ୍ୟରେ ଦେବତ୍ଵ ଜାଗରଣ ଏବଂ ଧରାରେ ସ୍ବର୍ଗ ର ଅବତରଣ ସଂକଳ୍ପ ସାକାର କରିବା ନିମନ୍ତେ ୨୫୧ ଗ୍ରାମରୁ ୧୦୦୮ ଦେବ ଦମ୍ପତିଙ୍କୁ ନେଇ ୨୦ ଏକର ଜମିରେ ଭୂମି ପୂଜନ କରି ଯଜ୍ଞ ଓ ୧୬ ସଂସ୍କାରର ଆୟାଜନ ନିଶୁଳ୍କରେ କରିବା । ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ଗାୟତ୍ରୀ ପରିବାର ମୁଖ୍ୟ ଟ୍ରଷ୍ଟି ନିରଞ୍ଜନ ପାଣିଗ୍ରାହୀ, ଜୟପୁର ବ୍ଲକ, ଭାରତୀୟ ଜ୍ଞାନ ସଂସ୍କୃତି ପରୀକ୍ଷା ପରିଚାଳକ ବାଜି ସେଠୀ, ଶେଷରେ ନିରଞ୍ଜନ ପାଣିଗ୍ରାହି ଏହି ପ୍ରଳଙ୍କରି ସନ୍ଧି ବେଳ ରେ ଜାତି, ଧର୍ମ ,ବର୍ଣ୍ଣ ଭାଷା ,ପ୍ରାନ୍ତ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତ ସନ।ତନି ବନ୍ଧୁ, ଜନ ଜାତି ଙ୍କୁ ସଂଗଠିତ ହୋଇ ରହିବା ନିମନ୍ତେ ସନ୍ଦେଶ ଦେଇ ଶ୍ରୀ ରାମ ଯୁବ ସେନା ଗଠନ ଓ ମା ଭଗବତୀ ମହିଳା ମଣ୍ଡଳ ଗଠନ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ତରଗେଇ ର ସମସ୍ତ ଗ୍ରାମବାସୀ ।
ହିନ୍ଦୁସ୍ଥାନ ସମାଚାର / ପିକେପି