ଯୋଗାଣ ବିଭାଗ ପକ୍ଷରୁ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢ଼ାଉ
କେନ୍ଦ୍ରାପଡ଼ା,୧୬ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଇନ୍ଧନ ଗ୍ୟାସ କଳାବଜାରୀ ହେଉଥିବାର ଅଭିଯୋଗ ହେବା ପରେ ଜିଲ୍ଲାପାଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ସହରର ହୋଟେଲ ଓ ଜଳଖିଆ ଦୋକାନ ମାନଙ୍କରେ ଚଢାଉ କରାଯାଇ ଗ୍ୟାସ ଜବତ କରିବା ସହିତ ଜରିମାନା କରାଯାଇଛି। ମିଳିଥ
-ଯୋଗାଣ ବିଭାଗ ପକ୍ଷରୁ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢାଉ


କେନ୍ଦ୍ରାପଡ଼ା,୧୬ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଇନ୍ଧନ ଗ୍ୟାସ କଳାବଜାରୀ ହେଉଥିବାର ଅଭିଯୋଗ ହେବା ପରେ ଜିଲ୍ଲାପାଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ସହରର ହୋଟେଲ ଓ ଜଳଖିଆ ଦୋକାନ ମାନଙ୍କରେ ଚଢାଉ କରାଯାଇ ଗ୍ୟାସ ଜବତ କରିବା ସହିତ ଜରିମାନା କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ଦୁହୁରିଆ ଠାରୁ ଇଛାପୁର ପର୍ଯ୍ୟନ୍ତ ବଡ ବଡ ହୋଟେଲ ରେ କମରସିଆଲ ଗ୍ୟାସ ବ୍ୟବହାର ନକରି ଘରୋଇ ଗ୍ୟାସ ବ୍ୟବହାର କରୁଥିବାର ଦେଖିବାକୁ ପାଇଥିଲେ। ଉପ ଜିଲ୍ଲପାଳ ଅରୁଣ କୁମାର ନାୟକ ଓ ଜିଲ୍ଲା ଯୋଗାଣ ବେସାମରିକ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲା ଯୋଗାଣ ବେସାମରିକ ଅଧିକାରୀ ପ୍ରିତମ ଦାସ, ପ୍ରଦିପ କୁମାର ଦାସ ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢାଉ କରି ବେଆଇନ ଭାବେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ ସିଲିଣ୍ଡରକୁ ଜବତ କରିଥିବା ଜଣାପଡିଛି। ଏହି ଚଢାଉ ସମୟରେ ଏସିଏସ୍ଓ ପୁନମ ଜେନା, ଦେବଶ୍ରୀ ମାତ୍ରା ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande