ଓଡିଶା ପାଠ୍ୟକ୍ରମ ରୂପରେଖ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୧୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ତରଫରୁ ଜିଲ୍ଲାରେ ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫-୨୬ ଉପରେ ନୂତନ ପାଠ୍ୟକ୍ରମ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ସଂଚାଳନ ନିମନ୍ତେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋ
ଓଡିଶା ପାଠ୍ୟକ୍ରମ ରୂପରେଖ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ


କେନ୍ଦ୍ରାପଡା, ୧୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ତରଫରୁ ଜିଲ୍ଲାରେ ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫-୨୬ ଉପରେ ନୂତନ ପାଠ୍ୟକ୍ରମ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ସଂଚାଳନ ନିମନ୍ତେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବଳଦେବ ପ୍ରସାଦ ଜେନା (ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ), କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଦନ ମୋହନ କର ପ୍ରମୁଖ ଅତିଥି ଯୋଗଦେଇ ଉପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନୂତନ ପାଠ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ । ଏଥିରେ ୩ ଜଣ ରାଜ୍ୟ ସ୍ତରରେ ପ୍ରଶିକ୍ଷଣ ପାଇଥିବା ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ତ୍ରିପାଠୀ, କାକଳି ମଲିକ, ସଂଜ୍ଞା ସାଗରିକା ନାୟକ ଯୋଗ ଦେଇଥିବା ୫୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଚଳିତ ବର୍ଷ ୨୦୨୫- ୨୬ ନୂତନ ଶିକ୍ଷା ନୀତି ଉପରେ ଆଧାରିତ ଥିବା ପୁସ୍ତକ ଗୁଡିକୁ କିଭଳି ଭାବରେ ପିଲା ମାନଙ୍କୁ ଶିକ୍ଷାଦାନ କରାଯିବ ସେ ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।

ସହକାରୀ ଶିକ୍ଷକ ମହମ୍ମଦ ଅଜଗର ଅଲ୍ଲୀ, ଅନନ୍ତ କୁମାର ପରିଡା, ବିଷ୍ଣୁ ଚରଣ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande