
ଜୟପୁର, ୧୬ ମାର୍ଚ୍ଚ (ହି.ସ.) - ଜୟପୁର ସାହିତ୍ୟ ପରିଷଦ ଆନୁକୁଲ୍ୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ପରିଚୟ କାର୍ଯ୍ୟକ୍ରମ ପାଇଁ ସାହିତ୍ୟ ପରିଷଦ ସଭାପତି ଶିକ୍ଷାବିତ ହରିହର କରସୁଧା ପଟ୍ଟନାୟକ ଏବଂ ଶ୍ରୀ ମାଦଳା କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ନିବେଦନ ପତ୍ରଟି ଗ୍ରହଣ କରିଛନ୍ତି ସେକ୍ସନ ଅଫିସର ପ୍ରଶାନ୍ତ ଭଟ୍ଟ। ଏହି ନିବେଦନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି