ଏସସିବି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ 2ଲକ୍ଷ ଅନୁକମ୍ପାମୂଳକ ରାଶି ଘୋଷଣା
ନୂଆଦିଲ୍ଲୀ, 16 ମାର୍ଚ୍ଚ (ହି.ସ.)- ଏସସିବି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ର ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାରେ ଏକାଧିକ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର
ଏସସିବି ଘଟଣାରେ     ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ 2ଲକ୍ଷ ଅନୁକମ୍ପାମୂଳକ ରାଶି ଘୋଷଣା


ନୂଆଦିଲ୍ଲୀ, 16 ମାର୍ଚ୍ଚ (ହି.ସ.)- ଏସସିବି

ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ର ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାରେ ଏକାଧିକ ଲୋକଙ୍କ

ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ

ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର କଟକର ଏକ

ହସ୍ପିଟାଲରେ ଘଟିଥିବା ଏହି ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯେଉଁମାନେ ନିଜ ପ୍ରିୟଜନଙ୍କୁ

ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ମୁଁ

ପ୍ରାର୍ଥନା କରୁଛି।

ପ୍ରଧାନମନ୍ତ୍ରୀ ଜାତୀୟ

ରିଲିଫ ଫଣ୍ଡ (ପିଏମଏନଆରଏଫ) ରୁ ପ୍ରତ୍ୟେକ ମୃତକଙ୍କ

ନିକଟାତ୍ମୀୟଙ୍କୁ 2 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯିବ। ଆହତମାନଙ୍କୁ 50,000 ଟଙ୍କା କରି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande