
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୨ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ଖଇରମୁଣ୍ଡି ଗ୍ରାମର ଧନପତି ଗଣ୍ଡ ଓ କଙ୍ଗାର ଗୋବିନ୍ଦ ଅମାନତ୍ୟ। ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଖଇରମୁଣ୍ଡି ଓ କଙ୍ଗା ରାସ୍ତାରେ ଚଢାଉ କରିଛି। ଚଢାଉ କରି ୧୭ ଲିଟର ଦେଶି ମଦ ଜବତ କରିଛି। ଗିରଫ ୨ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି