
ବଲାଙ୍ଗିର, 21 ମାର୍ଚ୍ଚ (ହି.ସ.)
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ଆନୁକୂଲ୍ୟରେ ରାଜ୍ୟ ସ୍ତରରେ ଅନୁଷ୍ଠିତ ହୋଇଥିବା ମେଧା ଅନ୍ବେଷଣ ପରୀକ୍ଷାରେ ସମଗ୍ର ଓଡିଶାରୁ ୧୦୦ଜଣଙ୍କ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ର ୯ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି।ସଦର ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ,ବରଗାଁ ର ଛାତ୍ରୀ ଶାଶ୍ଵତିକା ମିଶ୍ର,ଶ୍ରୁତି ପଟେଲ ଓ ଶୁଚିସ୍ମିତା ନାଗ,ଧୋବା ହାଇସ୍କୁଲ ହର୍ଡାଟାଲ ର ଶିବନ୍ୟା ଭୋଇ, ଗୀତାଞ୍ଜଳି ବୁଡ଼େକ ଓ ଅର୍ଚ୍ଚନା ପଟେଲ,ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ, ସିନଖମନ ର ଦିଶା ବଗର୍ତି ଓ ସଞ୍ଜନା ବାଗ,ପୋଲିସ ଉଚ୍ଚ ବିଦ୍ୟାଳୟ ମନୋହରପୁର ର ଛାତ୍ର ଶିବଶଙ୍କର ସାହୁ ପ୍ରମୁଖ ଛାତ୍ର ଛାତ୍ରୀ ଙ୍କୁ ରାଜ୍ୟ ସ୍ତରରେ ୩୦୦୦ଟଙ୍କା ସହିତ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ଗାଇଡ ଭାବେ ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଗୋବିନ୍ଦ ବଗର୍ତି ତାଙ୍କ ସହ ଯାଇଥିଲେ।ଏହି ସଫଳତା ପାଇଁ ରାଜ୍ୟ ଉପସଭାପତି ସୁଧୀର କୁମାର ନାଏକ, ରାଜ୍ୟ ସମ୍ପାଦିକା ରଂଜିତା ମିଶ୍ର,ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ ପୁଟେଲ, କାର୍ଯ୍ୟକାରୀ ସଭାପତି ଅନିଲ କୁମାର ସାହୁ,ଜିଲ୍ଲା ଉପସଭାପତି ମଣିକର ମାଝୀ,ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର,ବ୍ଲକ ସମ୍ପାଦକ ସଞ୍ଜୟ କୁମାର ତ୍ରିପାଠୀ,ବ୍ଲକ ଉପସଭାପତି ସୁଧାନିଧି ମିଶ୍ର,ଜିଲ୍ଲା ଉପସଭାପତି ପ୍ରଣତି ପାଣିଗ୍ରାହୀ,ଜିଲ୍ଲା ସମ୍ପାଦିକା ପଦ୍ମାଳୟା ତ୍ରିପାଠୀ,ପୁଇଁତଲା ବ୍ଲକ ସମ୍ପାଦକ ଦିଲୀପ ବାରିକ ଙ୍କ ସମେତ ଜିଲ୍ଲା ର ସମସ୍ତ ଓଷ୍ଟା କର୍ମକର୍ତ୍ତା କୃତୀ ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ