ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ
ବଲାଙ୍ଗିର, 21 ମାର୍ଚ୍ଚ (ହି.ସ.) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଳକ୍ ଅନ୍ତର୍ଗତ ପିଏମଶ୍ରୀ ନିଧି ସାଗର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୁବେଲ ଠାରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ ୨୦୨୫-୨୬ ଅନୁଷ୍ଠିତ ହୋଇଛି l ମିଥୁନ କୁଅଁର, ଅଶୋକ ପ୍ରଧାନ ଓ ଯୋଗେଶ୍ୱରୀ କୁମ୍ଭାର ମଞ୍ଚ ପରିଚାଳନା କରିଥିବା
ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ


ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ


ବଲାଙ୍ଗିର, 21 ମାର୍ଚ୍ଚ (ହି.ସ.)

ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଳକ୍ ଅନ୍ତର୍ଗତ ପିଏମଶ୍ରୀ ନିଧି ସାଗର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୁବେଲ ଠାରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ ୨୦୨୫-୨୬ ଅନୁଷ୍ଠିତ ହୋଇଛି l ମିଥୁନ କୁଅଁର, ଅଶୋକ ପ୍ରଧାନ ଓ ଯୋଗେଶ୍ୱରୀ କୁମ୍ଭାର ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ଗିରିଜାଗିରିଜା ବାଙ୍କୀ। ବାର୍ଷିକ ଉତ୍ସବ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପଠନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ l ମୁଖ୍ୟବକ୍ତା ଭାବରେ ବଲାଙ୍ଗୀର ଯୁଧିଷ୍ଠିର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜିତ କୁମାର ପ୍ରଧାନ

ଯୋଗ ଦେଇ ବାର୍ଷିକ ଉତ୍ସବ ହେଉଛି ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ପ୍ଲାଟଫର୍ମ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ରତ୍ନlମୟୀ ପୁରୋହିତ ପୁଇନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଯୋଗଦେଇ କହିଥିଲେ ଯେ *ଶୃଙ୍ଖଳା ହେଉଛି ସଫଳତାର ଚାବିକାଠି* l ସେହିପରି ସମ୍ମାନୀତ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ପର୍ଶୁରାମ ସାହୁ ଭଗବାନ ମିଶ୍ର, ମହାଦେବ ତୁମୁନିଆ ଯୋଗଦେଇ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଦ୍ୟାଳୟ ପାଇଁ ଗୌରବ ଆଣି ଥିବା ବିଭିନ୍ନ କୃତିତ୍ୱ ହାସଲ କରିଥିବା ଛାତ୍ରଙ୍କୁ ଏକଜିବିସନ ର କୃତୀ ପ୍ରତିଯୋଗୀ ମାନଂକୁ ପୁରସ୍କାର ଓ ସମ୍ମାନୀତ କରାଯାଇଥିଲା। ୫ ଜଣ ଶିକ୍ଷକ ମିଥୁନ କୁଅଁର, ଦିନେଶ ମହାନନ୍ଦ, ଅଶୋକ ପ୍ରଧାନ , ମମତାମୟୀ ମିଶ୍ର, ଗୋବର୍ଦ୍ଧନ ପ୍ରଧାନଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଥିଲା l ପାଖାପାଖି ୨୦ ଟି ଦଳ ବିଭିନ୍ନ ସଂସ୍କୃତିକ କାର୍ଯକ୍ରମ ଭାଗ ନେଇ ପ୍ରଦର୍ଶନ ଦେଖାଇ ଥିଲେ l ପରିଶେଷରେ ଶ୍ରୀ ମିଥୁନ କୁଅଁର ଧନ୍ୟବାଦ୍ ଅର୍ପଣ କରିଥିଲେ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande