ଖଜୁରୀବନ୍ଧ ପାର୍କରେ ତାଲା ବଢୁଛି ଅସନ୍ତୋଷ
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ଜୟପୁର ସହର ଖଜୁରିବନ୍ଧ ନିକଟରେ ରହିଛି ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ। ସକାଳୁ ଖୋଲା ଯାଉନି ପାର୍କ ତାଲା। ବୟସ୍କ ଠାରୁ ଆରମ୍ଭ କରି ମହିଳା ମାନେ ମର୍ଣିପ୍ସ ୍ୱାକ କରିବା ପାଇଁ ଯିବା ସମୟରେ ତାଲା ଦେଖି ନିରାଶ ହୋଇ ଫେରୁଛନ୍ତି। ଉଦ୍ୟାନର ରକ୍ଷଣାବେକ୍ଷଣ କରାଯାଉନଥିବା
ଖଜୁରୀବନ୍ଧ ପାର୍କରେ ତାଲା ବଢୁଛି ଅସନ୍ତୋଷ


ଜୟପୁର,୧୮ ମାର୍ଚ୍ଚ(ହି.ସ.) – ଜୟପୁର ସହର ଖଜୁରିବନ୍ଧ ନିକଟରେ ରହିଛି ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ। ସକାଳୁ ଖୋଲା ଯାଉନି ପାର୍କ ତାଲା। ବୟସ୍କ ଠାରୁ ଆରମ୍ଭ କରି ମହିଳା ମାନେ ମର୍ଣିପ୍ସ ୍ୱାକ କରିବା ପାଇଁ ଯିବା ସମୟରେ ତାଲା ଦେଖି ନିରାଶ ହୋଇ ଫେରୁଛନ୍ତି। ଉଦ୍ୟାନର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନି। ପୂର୍ବରୁ ପେ?ରପାଳିକା ପକ୍ଷରୁ ଏହାର ରକ୍ଷଣା ବେକ୍ଷଣ କରାଯାଉଥିଲା। ଏସଏଚଜି ଦାୟୀତ୍ୱ ନେବା ପରେ ସମସ୍ୟା ଆରମ୍ଭ ହୋଇଛି। ଉଦ୍ୟାନ ପରିସରରେ ଅବର୍ଜନା ଭର୍ତି ରହୁଛି। ଗଛଗୁଡିକରେ ନିୟମିତ ପାଣି ଦିଆଯାଉନାହିଁ। ଆଜିସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନିଆଯାଇନାହି। ଶେଷରେ ବାଧ୍ୟ ହୋଇ ଉଦ୍ୟାନ ସମ୍ମୁଖରେ ବୟସ୍କ ଓ ମହିଳା ମାନେ ବିକ୍ଷୋଭ କରିଛନ୍ତି। ବୟସ୍କ ବ୍ୟକ୍ତିଙ୍କ କହିବା କଥା ହେଲା ପୌରପାଳିକାର ନିର୍ଦ୍ଧେଶ ଅନୁସାରେ ବୁଧବାର ସକାଳୁ ଗେଟ ଖୋଲାଯିବ ବୋଲି ଏହର ଦାୟୀତ୍ୱରେ ଥିବା ଏସଏଚଜିର ମହିଳା ମାନେ ପ୍ରତିଶୃତି ଦେଇଥିଲେ। କିନ୍ତୁ ସମସ୍ତେ ଆଜି ସକାଳୁ ଯିବା ସମୟରେ ଗେଟରେ ତାଲା ପଡିଥିବା ଦେଖି ଏହା ହେଉଛି ସମସ୍ତଙ୍କ ସମ୍ପତି। ଏଥିରେ ସମସ୍ତଙ୍କ ଅଧିକାର ରହିଛି। ଏଠାରେ ଉଦ୍ୟାନ ପ୍ରତିଷ୍ଠା ହେବା ପରେ ବୟସ୍କଙ୍କ ଲାଗି ସୁବିଧା ହୋଇଛି। ସକାଳେ ଗେଟ ଖୋଲାଯାଉଥିବାରୁ ସେମାନେ ଏଠାକୁ ଆସୁଥିଲେ। ନିଜକୁ ସୁସ୍ଥ ରଖିବା ଲାଗି ଓପନଜିମରେ ବ୍ୟାୟାମ କରିବା ସହ ପ୍ରାତଃ ଭ୍ରମଣ କରୁଥିଲେ। ଗତ ୧୩ ତାରିଖରୁ ଗେଟ ଖୋଲାଯାଉନି। ଏହାର ରକ୍ଷଣାବେକ୍ଷଣ ଦାୟୀତ୍ୱ ନେଇଥିବା ଏସଏଚଜି ତାଲା ଖୋଲୁନି। ୫ଦିନ ହେବ ଗେଟ୍ ବନ୍ଦ ହୋଇ ରହିଛି।

ପାର୍କରେ ତାଲାପଡିଥିବା ଖବର ପାଇ ପୌରାଧ୍ୟକ୍ଷ ଏସଏଚଜି ଗୃପର ମହିଳାଙ୍କୁ ଡାକି ଗେଟ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ। ଅଫିସ ଆସି ଏଗ୍ରିମେଂଟ କରିବାକୁ କହିଥିଲେ। ଯଦି ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଏହି ଏସଏଚଜି ଗୃପକୁ ବ୍ଲାକ ଲିଷ୍ଟ କରାଯିବ ବୋଲି କହିଛନ୍ତି। ଏନେଇ ଜୟପୁରର ଜ୍ୟୋତି ଏସଏଚଜି ଗୃପ ମହିଳା ସଦସ୍ୟା କହିଛନ୍ତି ଏହି ପାର୍କ ଚଲାଇବା ପାଇଁ ଜାନୁଆରୀ ୧୬ ତାରିଖରେ ପ୍ରତିମାସରେ ୫୫ହଜାର ୫୫୫ଟଙ୍କା ପୌରପାଳିକାକୁ ଦେବା ପାଇଁ ରାଜିନାମା ହୋଇଥିଲା। ଏହି ପାର୍କରେ ୭ଦିନ ମଧ୍ୟରେ ଲାଇଟ ବ୍ୟବସ୍ଥା ସହ ଶୌଚାଳୟ, କରିବା ପାଇଁ ପୌର ପ୍ରଶାସନ ପ୍ରତିଶୃତି ଦେଇଥିଲେ କିନ୍ତୁ କିଛି କରିନାହାନ୍ତି। ଖରାଦିନକୁ ଛାଡିଦେଲେ ବର୍ଷା ଏବଂ ଶୀତ ଦିନରେ ପାର୍କରେ ଲୋକଙ୍କ ସପ୍ସଖ୍ୟା କମିଯାଉଥିବା ଯୋଗୁଁ ଏତେ ଟଙ୍କା ଦେବା ସମ୍ଭବ ନୁହେଁ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande