
ଜୟପୁର , 18 ମାର୍ଚ୍ଚ (ହି.ସ.)
ଜୟପୁର ସଦରଥାନାର ଅଧିକାରୀ ଭାବେ ଆଜି ରାମଶାଦ କେ.ବି ଆଇପିଏସ (ତାଲିମ ପ୍ରାପ୍ତ) ଦାୟୀତ୍ବ ଗ୍ରହଣ କରିଛନ୍ତି। ଏସଭିପି ଏନପିଏ ହାଇଦ୍ରାବାଦ ନିର୍ଦ୍ଧେଶ ଅନୁଯାୟୀ ଜୟପୁର ସଦରଥାନା ଅଧିକାରୀ ଭାବେ ମାର୍ଚ୍ଚ ୯ ୨୦୨୬ ତାରିଖରୁ ୩୦ ମେ ୨୦୨୬ ପର୍ଯ୍ୟନ୍ତ ୧୨ ସପ୍ତାହ ପାଇଁ ଗ୍ରାମୀଣ ପୁଲିସ ଷ୍ଟେସନର ସ୍ବାଧୀନ ଦାୟୀତ୍ବରେ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି। ଶ୍ରୀ ରାମଶାଦ କେ.ବି ଆଇପିଏସ ତାଲିମପ୍ରାପ୍ତଙ୍କୁ ଜୟପୁର ସଦରଥାନାରେ ସ୍ବାଧୀନ ଦାୟୀତ୍ବରେ ରଖିବା ପରେ ପୂର୍ବରୁ ଥିବା ଜୟପୁର ସଦରଥାନା ନିରୀକ୍ଷକ ସଚ୍ଚିନ୍ଦ୍ର ପ୍ରଧାନଙ୍କୁ ଅସ୍ଥାୟୀ ଭାବରେ ଆଇଆଇସି ପଦରୁ ପ୍ରତ୍ୟାହାର କରାଯାଇ ଶ୍ରୀ ରାମଶାଦଙ୍କ ଅବଧି ସରିବା ପର୍ଯ୍ୟନ୍ତ ଅତିରିକ୍ତ ଆଇଆଇସି ଭାବେ ସ˚ଲଗ୍ନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି