ପୂର୍ବତନ ସରପଞ୍ଚ ଦିବାକର ନାୟକଙ୍କ ପରଲୋକ
ଭଦ୍ରକ, ୧୮ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ତିହିଡି଼ ମେଳଣର ପ୍ରତିଷ୍ଠାତା ତିହିଡି଼ ଗ୍ରାମର ଦିବାକର ନାୟକଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି କ୍ଷ ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।ଗତ କିଛିଦିନ ହେଲା ସେ କ
purbatana sarapancha dibakara nayak


ଭଦ୍ରକ, ୧୮ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ତିହିଡି଼ ମେଳଣର ପ୍ରତିଷ୍ଠାତା ତିହିଡି଼ ଗ୍ରାମର ଦିବାକର ନାୟକଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି କ୍ଷ ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।ଗତ କିଛିଦିନ ହେଲା ସେ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ କ୍ଷ ସ୍ୱର୍ଗତ ନାୟକ କଂଗ୍ରେସ ରାଜନୀତିରେ ସମ୍ପୃକ୍ତ ଥାଇ ୧୯୮୫ରେ ଭାଟପଡ଼ା ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ କ୍ଷ ସେ ଜଣେ ଉତ୍ତମ ସରପଞ୍ଚ ଭାବେ ସେତେବେଳେ ଅଭିବକ୍ତ ବାଲେଶ୍ୱର ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳଙ୍କ ଠାରୁ ପ୍ରଶଂସା ପତ୍ର ପାଇଥିଲେ କ୍ଷ ତିହିଡି଼ ମେଳଣ ପ୍ରତିଷ୍ଠା କରିବା ସହ ତିହିଡି଼ କଲେଜର ସେ ପ୍ରତିଷ୍ଠାତା ସଭ୍ୟ ଥିଲେ କ୍ଷ ଗରିବ ବ୍ରାହ୍ମଣ ପିଲାଙ୍କୁ ବ୍ରତୋପନୟନ କରାଇବା, ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନେବା ସହ ସମାଜସେବା କ୍ଷେତ୍ରରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସୁପରିଚିତ ଥିଲେ କ୍ଷ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା କ୍ଷ ବଡ଼ପୁଅ ବପୁଜୀ ନାୟକ ମୁଖାଗ୍ନି ଦେଇଥିଲେ କ୍ଷ ତାଙ୍କ ବିୟୋଗ ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରପଞ୍ଚ ଶୁଭ୍ର ନାରାୟଣ ସେଠୀ,ଭାଜପା ମଣ୍ଡଳ ସଭାପତି କେଶବ ବେହେରା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କ୍ଷ ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ,ଧାମନଗରର ବରିଷ୍ଠ ବିଜେଡି ନେତା ଡା. ସଞ୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଞ୍ଚ କୈଳାସ ପରିଡ଼ା, ସମିତିସଭ୍ୟ ଚିନ୍ତାମଣି ଦାସ, ନକୁକ ଚନ୍ଦ୍ର ବାରିକ,ପ୍ରିୟବନ୍ଧୁ ମାଝୀ, ଅଭୟ ବିଶ୍ୱାଳ,ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ,ଶିକ୍ଷାବିତ ସୁରେନ୍ଦ୍ର ନାୟକ,ଯୁବନେତା ଆଶିଷ ମଲ୍ଲିକ,ହିମାଦ୍ରୀ ରାଉତରାୟ, ବିଜେଡି ନେତା ଗଣେଶ ପ୍ରସାଦ ନାୟକ, ବିଷ୍ଣୁ ଚରଣ ମହାନ୍ତି,ଉମାକାନ୍ତ ସେଠୀ,ଅଜୟ ଦାଶ,ନିତ୍ୟାନନ୍ଦ ବେହେରା ପ୍ରମୁଖଙ୍କ ସମେତ ମେଳଣ କମିଟିର ଉପସଭାପତି ପାର୍ଥସାରଥୀ ନାୟକ, ସମ୍ପାଦକ ସଚିକାନ୍ତ ନାୟକ, ପ୍ରଭାତ କୁମାର ରାଉଳ,ରମାକାନ୍ତ ନାଥ,ବିଷ୍ଣୁ ଚନ୍ଦ୍ର ଦାଶ, ଶରତ କର,ପି ହୃଷିକେଶ, କୈଳାଶ ବେହେରା,ସର୍ବେଶ୍ୱର ନାୟକ,ରାଜେଶ ନାୟକ,ହରମୋହନ ନାୟକ,ତପୁନ ପାଣି,ରାଜୀ୍ୱ ନାୟକ, ଅଭିରାମ ଦାସ,ଗୋଲକ ଜେନା,କୈଳାଶ ପାତ୍ର, ପୀତବାସ ପଣ୍ଡାଙ୍କ ସହ ବହୁ ଗ୍ରାମବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ କ୍ଷ ଖବରପାଇ ବାସୁଦେବପୁର ବିଧାୟକ ଅଶୋକ ଦାସ,ପୂର୍ବତ ବିଧାୟକ ବିଜୟ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande