ରଙ୍ଗ ଅବିର ଖେଳରେ ସରିଲା ବଳଦେବଜୀଉ ମେଲଣ
ଧର୍ମଶାଳା,୧୯ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତରେ ଆନନ୍ଦ ଉଲ୍ଲାସର ସହ ୬ଷ୍ଠ ତମ ବଳଦେବଜୀଉ ମେଲଣ ଉଦଯାପିତ ହୋଇଯାଇଛି । ଏହି ଦୋଳ ମେଲଣରେ ସ୍ୱାଇଁସାହି ,ବାଲିଗୁଡା, ଉତରପ୍ରତାପ, ଭାତୁରପଶି, ନୀଳକଣ୍ଠପୁର, କୁଣ୍ଡପାଟଣା, ଚୋରମୁହାଁ, ଚହଟା, ନାଉପାଳ, ବାଲିଗରି, ଦେଓଦା
ରଙ୍ଗ ଅବିର ଖେଳରେ ସରିଲା ବଳଦେବଜୀଉ ମେଲଣ


ଧର୍ମଶାଳା,୧୯ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତରେ ଆନନ୍ଦ ଉଲ୍ଲାସର ସହ ୬ଷ୍ଠ ତମ ବଳଦେବଜୀଉ ମେଲଣ ଉଦଯାପିତ ହୋଇଯାଇଛି । ଏହି ଦୋଳ ମେଲଣରେ ସ୍ୱାଇଁସାହି ,ବାଲିଗୁଡା, ଉତରପ୍ରତାପ, ଭାତୁରପଶି, ନୀଳକଣ୍ଠପୁର, କୁଣ୍ଡପାଟଣା, ଚୋରମୁହାଁ, ଚହଟା, ନାଉପାଳ, ବାଲିଗରି, ଦେଓଦା, ନୀଳାଦେଇପୁର ,ବୀରଭାନୁପୁର, ଗୋପାଳପୁର, ଓ ତରାପୁର ଆଂଚଳର ଦୋଳ ବିମାନ ଯୋଗ ଦେଇଥିଲେ । ବିମାନ ନିକଟରେ ବିିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦେଓଦା ବଳଦେବଜୀଉ ବିମାନ ଥାନପତି ଆସନ ଅଳଙ୍କୃତ କରିଥିଲେ । ପରେ ସମସ୍ତ ବିମାନ ଏକତ୍ର ହୋଇ ଫଗୁ ଖେଳି ଥିଲେ । ଭୋଗ ଲାଗି କରାଯିବା ପରେ ସମସ୍ତ ବିମାନଙ୍କୁ ବିଦାୟ ଦିଆଯାଇଥିଲା । କୁନିକୁନି ପିଲାମାନଙ୍କ ନିମନ୍ତେ ଅସ୍ଥାୟୀ ଦୋଳି ସହ ବିିଭିନ୍ନ କିସମର ମୀନାବଜାର ଷ୍ଟଲମାନ ଖୋଲା ଯାଇଥିଲା । ସମାଜସେବୀ ମିନତୀ ସାହୁ,ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,ବରିଷ୍ଠ ବିଜେପି ନେତା ପବିତ୍ର ମୋହନ ଦାଶ,ଯୁବ ସଂଗଠକ ରାକେଶ ନାୟକ,ମଙ୍ଗଳପୁର ସରପଂଚ ପ୍ରମୋଦ କୁମାର ଜେନା,ଉତରପ୍ରତାପ ସରପଂଚ ନିମାଇଁ ଚରଣ ମଲ୍ଲିକ,ବରିଷ୍ଠ ନେତା ଜଳଧର ମହାନ୍ତିଙ୍କ ବହୁ ସ୍ଥାନୀୟ ନେତୃ ମଣ୍ଡଳୀ ସାମିଲ ହୋଇ ମେଳଣ କମିଟିକୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେଓଦା ମେଲଣ କମିଟିର ସଭାପତି ଆତୁଳା ନନ୍ଦ ମଲ୍ଲିକ,ସମ୍ପାଦକ ପ୍ରତାପ କିଶୋର ନାଥ,କାର୍ଯ୍ୟକାରୀ ସଭାପତି ବାସୁଦେବ ପଣ୍ଡା,ଉପସଭାପତି ନିତ୍ୟାନନ୍ଦ ମହାନ୍ତି ଓ ନିରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତା ଓ ସଭ୍ୟମାନେ ସହଯୋଗ କରିଥିଲେ । ଏହି ମେଲଣରେ ପାଖାପାଖି ୧୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande