ଏଆଇ ଚାର୍ଟ ଜିପିଟି ଆପ୍ ଦ୍ୱାରା ଡ୍ରାଫ୍ଟ ଲିଖନ କୌଶଳ ଶିବିର
ଭୁବନ, ୧୯ ମାର୍ଚ୍ଚ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ର ମୃଦଙ୍ଗା, ବାଲିବୋ, ଭୂଷଳ, କୁନିନ୍ଦା, ମାର୍ଥାପୁର, ଯମୁନାକୋଟ, ଦୀଘି, ସୁର ପ୍ରତାପପୁର, ଧଳପଡ଼ା ପ୍ରଭୃତି ଗ୍ରାମରେ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ସିପି ଜିଆର ଏ ଏମ ଏସ ଆପ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଜନ ଶୁଣା
ଏଆଇ ଚାର୍ଟ ଜିପିଟି ଆପ୍ ଦ୍ୱାରା ଡ୍ରାଫ୍ଟ ଲିଖନ କୌଶଳ ଶିବିର


ଭୁବନ, ୧୯ ମାର୍ଚ୍ଚ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ର ମୃଦଙ୍ଗା, ବାଲିବୋ, ଭୂଷଳ, କୁନିନ୍ଦା, ମାର୍ଥାପୁର, ଯମୁନାକୋଟ, ଦୀଘି, ସୁର ପ୍ରତାପପୁର, ଧଳପଡ଼ା ପ୍ରଭୃତି ଗ୍ରାମରେ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ସିପି ଜିଆର ଏ ଏମ ଏସ ଆପ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଜନ ଶୁଣାଣି ଆପ୍ ରେ ନିଜ ନିଜର ଅଭିଯୋଗ ଓ ପ୍ରସ୍ତାବ ଗୁଡିକୁ ଠିକ୍ ଢଙ୍ଗରେ ଦାଖଲ କରିବା ନିମନ୍ତେ ଆର୍ଟି ଫିଶିଆଲ ଇଣ୍ଟଲିଜେନ୍ସ (ଏଆଇ) ର ଚାର୍ଟ ଜିପିଟି ଆପ ଦ୍ୱାରା ସଠିକ୍ ଡ୍ରାଫ୍ଟ କୌଶଳ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଂ. ଦେବାଶିଷ ହୋତା ଗତ ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ଗ୍ରାମରେ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ୧୨ଟି ଗ୍ରାମୀଣ ପ୍ରଶିକ୍ଷଣ ଶିବିରରେ ସମୁଦାୟ ୧୮୫ ଜଣ ପ୍ରଶିକ୍ଷାର୍ଥୀ ନିଜ ମୋବାଇଲରେ ଦୁଇ ଘଣ୍ଟିଆ ପ୍ରଶିକ୍ଷଣ ନେଇଥିଲେ । ୯ଟି ପ୍ରଶିକ୍ଷଣ ଶିବିରରେ ସିପି ଜି ଆର ଏ ଏମ୍ ଏସ ଆପ ମାଧ୍ୟମରେ ପ୍ରଶିକ୍ଷାର୍ଥୀ ମାନେ ବିନା ମୂଲ୍ୟରେ ୨୨ଟି ଏବଂ ଜନ ଶୁଣାଣି ଆପ୍ ମାଧ୍ୟମରେ ୨୮ଟି ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ଦାଖଲ କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ଏଥିରେ ଲ ଗ୍ରାଜୁଏଟ କାଳନ୍ଦି ଚରଣ ବେହେରା ପ୍ଲେ ଷ୍ଟୋର ମାଧ୍ୟମରେ ଉପରୋକ୍ତ ୩ଟି ଆପ୍ ଡାଉନ୍ ଲୋଡ୍ କରି ଲଗଇନ୍ କରିବାର ପ୍ରକ୍ରିୟା ଶିଖାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande