ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର, ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହ
shdtr


ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର, ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଆଚାର୍ଯ୍ୟ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ବୈଦିକ ଶାନ୍ତିଯଜ୍ଞ ପରେ ଆଜି ଦିବସର ମହତ୍ୱ ଉପରେ ଆଲୋକପାତ କରି ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ଆଜି ଦିବସଟି ବିଭିନ୍ନ ଦୃଷ୍ଟିକୋଣରୁ ପବିତ୍ର। ଆଜକୁ ୧,୯୬,୦୮,୫୩,୧୨୬ ବର୍ଷ ତଳେ ସୃଷ୍ଟିର ପ୍ରାରମ୍ଭ ହୋଇଥିଲା ବୋଲି ସନାତନୀ ଗଣିତଜ୍ଞମାନଙ୍କର ମତ। ସେହିପରି ଆଜି କଳିଯୁଗ ବର୍ତ୍ତମାନ ସୁଦ୍ଧା ୫୧୨୮ ବର୍ଷ ଭୋଗ କରିଥିବା ବେଳେ, ବିକ୍ରମାଦିତ୍ୟଙ୍କ ଶାସନ କାଳରେ ପ୍ରଚଳିତ ଅବ୍ଦ ଅନୁସାରେ ଆଜି ୨୦୮୩ ବିକ୍ରମ ସମ୍ବତ୍ସର। ଆଜିର ଦିନରେ ମହାରାଜା ଯୁଧିଷ୍ଠିରଙ୍କର ଓ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା।

ଏହି ଅବସରରେ ଆଜିର ଦିନକୁ ସ୍ମରଣ କରି ରଖିବା ପାଇଁ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ପ୍ରତି ସମର୍ପିତ ପ୍ରାଣ, ଭୁବନେଶ୍ୱର ଚିତ୍ରକୂଟ ଆଶ୍ରମର ବରେଣ୍ୟ ସଂଚାଳକ ନିରଞ୍ଜନ ପାଢୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି, ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସର ମ୍ୟାନେଜିଙ୍ଗ ଟ୍ରଷ୍ଟି, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ଭାରତବର୍ଷରେ ମହର୍ଷି ଦୟାନନ୍ଦ ଯେଉଁ ସାମାଜିକ ଓ ଧାର୍ମିକ ଆନ୍ଦୋଳନ ଆରମ୍ଭ କରିଥିଲେ, ତା ଭିତରୁ ହିଁ ଆର୍ଯ୍ୟସମାଜର ସୃଷ୍ଟି। ଭାରତର୍ଷର ସ୍ୱାଧୀନତା ସଂଗ୍ରାମରେ ଆର୍ଯ୍ୟସମାଜର ଅବଦାନକୁ କୌଣସି ପରିସ୍ଥିତିରେ ଗୌଣ କରାଯାଇ ପାରିବ ନାହିଁ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପ୍ରଫେସର ଡଃ ଯୁଧିଷ୍ଠିର ଖଟୁଆ କହିଲେ ଯେ, ସମାଜରୁ ଜାତିପ୍ରଥା ଓ କୁସଂସ୍କାର ବିରୋଧରେ ଭାରତବର୍ଷରେ ଆରମ୍ଭ ହୋଇଥିବା ଆନ୍ଦୋଳନର ନେତୃତ୍ୱ ଆର୍ଯ୍ୟସମାଜ ହିଁ ନେଇଥିଲା। ଏହି ଗୌରବମୟ ଇତିହାସକୁ ଆଜିର ଯୁବବିଢି ଅଧ୍ୟୟନ କରିବା ଉଚିତ୍। କାର୍ଯ୍ୟକ୍ରମରେ ବିଧାନ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ଓ ନଳିନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande